thelifelinemedia
Latest Odisha News, Breaking News Today

ଏକଜିଟ ପୋଲକୁ ନେଇ କମ୍ପୁଛି ରାଜ୍ୟ ରାଜନୀତି, ଟଣା ଓଟରା ବିଜେଡି-ବିଜେପି -କଂଗ୍ରେସ

ଭୁବନେଶ୍ୱର: ଦିନକ ପରେ ଫଳ ବାହାରିବ।କିଏ ସରକାର କରିବ ଆସନ୍ତାକାଲି ହିଁ ସ୍ପଷ୍ଟ ହେବ।କିନ୍ତୁ ଏକଜିଟ ପୋଲକୁ ନେଇ ଏବେ ତୁ ତୁ ମେ ମେ ଆରମ୍ଭ ହୋଇଛି।ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ଏକଜିଟ ପୋଲକୁ ନେଇ ବାକଯୁଦ୍ଧ ତେଜି ଲାଣି।ବିଜେଡି କହୁଛି ଓଡିଶା ଲୋକସଭାକୁ ନେଇ ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ସମ୍ପୂର୍ଣ୍ଣ ଭୁଲ।୨୦୧୪ ଏବଂ ୨୦୧୯ରେ ଓଡିଶା ଲୋକସଭା ସନ୍ଦର୍ଭରେ ହୋଇଥିବା ଏକଜିଟ ପୋଲ ମିଛ ପ୍ରମାଣିତ ହୋଇଥିଲା। ଏଥର ମଧ୍ୟ ସେହି କଥା ଘଟିବାକୁ ଯାଉଛି।ବିଧାନସଭାରେ ତିନି ଚତୁର୍ଥା ଅଂଶ ଆସନ ଦଖଲ କରିବା ସହିତ ଲୋକସଭାରେ ଦଳ ଭଲ ପ୍ରଦର୍ଶନ କରିବ।ସେପଟେ ବିଜେପି କହିଛି ଏକଜିଟ ପୋଲ ଯାହା ଦେଖାଉଛି ଆମେ ତାହା ଆଗରୁ କହି ସାରିଛୁ। ଦଳ ଏଥର ଭଲ କରିବ। ଲୋକେ ପରିବର୍ତ୍ତନ ଚାହିଁଛନ୍ତି ଆଉ ସେଇଆ ହେବ ବୋଲି ବିଜେପି କହିଛି। ସେପଟେ କଂଗ୍ରେସର ଯୁକ୍ତି ହେଲା ଆମେ ଭଲ ପ୍ରଦର୍ଶନ କରିବୁ ଆସନ୍ତାକାଲିକୁ ଅପେକ୍ଷା ରହିବ।

ବିଭିନ୍ନ ଜାତୀୟ ସଂସ୍ଥା ଓଡିଶା ଲୋକସଭାରେ ବିଜେପିକୁ ୧୫ରୁ ଅଧିକ ସିଟ ମିଳିବା ନେଇ ଆକଳନ କରିଛନ୍ତି।ବିଧାନସଭାକୁ ନେଇ ଇଣ୍ଡିଆ ଟୁଡ଼େ ଆକ୍ସିସର ସର୍ଭେ ରିପୋର୍ଟ କହୁଛି ବିଜେଡି ବିଧାନସଭାରେ ୬୨ରୁ ୮୦ସିଟ ପାଇପାରେ ଏବଂ ବିଜେପି ମଧ୍ୟ ସେଇ ୬୨ରୁ 80ସିଟ ନେଇପାରେ କଂଗ୍ରେସକୁ ମାତ୍ର ୫ରୁ ୮ସିଟ ଆସନ ମିଳିବା ନେଇ ଇଣ୍ଡିଆ ଟୁଡ଼େ ସର୍ଭେ କରିଛି। ଅନ୍ୟପଟେ ଟାଇମସ ନାଓ ଏକଜିଟ ପୋଲ ଅନୁଯାୟୀ ଓଡିଶାରେ ବିଧାନସଭା ଆସନରେ ବିଜୁ ଜନତା ଦଳ ୨୦୧୯ ନିର୍ବାଚନ ରେଜଲ୍ଟ ଭଳି ବରାବର ରେଜଲ୍ଟ ୨୦୨୪ ରେ କରିବ। ବିଜୁ ଜନତା ଦଳ ରାଜ୍ୟରେ ୧୦୦ ରୁ ୧୧୫ ଟି ଆସନରେ ବିଜୟ ଲାଭ କରିବ ବୋଲି ଟାଇମସ ନାଓ ଆକଳନ କରିଛି। ସେହିଭଳି ବିଜେଡ଼ିର ଭୋଟିଂ ପରସେଣ୍ଟ ୪୬ ପ୍ରତିଶତ ରହିବ ବୋଲି ଟାଇମସ ନାଓ ଆକଳନ କରିଛି। ଅନ୍ୟପଟେ ବିଜେପି ଓଡିଶାରେ ସାମାନ୍ୟ ବୃଦ୍ଧି ପାଇ ୩୦ ରୁ ୩୮ ଆସନ ବିଜୟ ଲାଭ କରିଵ ବୋଲି ଏହି ସର୍ଭେ ରିପୋର୍ଟ କହୁଛି। ବିଜେପିର ଭୋଟିଂ ପରସେଣ୍ଟ ୩୮ ପ୍ରତିଶତ ରହିବ ବୋଲି ଟାଇମସ ନାଓ ଆକଳନ କରିଛି। କଂଗ୍ରେସ ରାଜ୍ୟରେ ଆହୁରି ନୈରାଶ୍ୟଜନକ ସ୍ଥିତିକୁ ଯାଉଥିବା ବେଳେ ୪ ରୁ ୭ ଟି ବିଧାନସଭା ଆସନରେ ବିଜୟ ଲାଭ କରି ଭୋଟିଂ ପରସେଣ୍ଟ ମାତ୍ର ୧୧ ପ୍ରତିଶତରେ ସୀମିତ ରହିବ ବୋଲି ଟାଇମସ ନାଓ ଆକଳନ କରିଛି।

Leave A Reply

Your email address will not be published.