ବାହାନଗା ଟ୍ରେନ ଟ୍ରଜେଡିକୁ ପୁରିଲା ବର୍ଷେ

ଜୁନ ୨ ଶୁକ୍ରବାର । ସମୟ ସନ୍ଧ୍ୟା ୭ଟା । ସ୍ଥାନ ବାହାନଗା ରେଳ ଷ୍ଟେସନ । ବାଲେଶ୍ୱରରୁ ଭଦଷ୍ଠଳ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ । ଆଉ ଏହି ସମୟରେ ଖବର ଆସିଲା ବାହାନଗାରେ ରେଳ ଦୁର୍ଘଟଣା ହୋଇଛି । କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହି ଟ୍ରେନ । ଆଉ ଏଥି୍ରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଏହି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିଲେ । ଶତାଦ୍ଦୀର ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ଭାବେ ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଠାରେ ହୋଇଥିବା କରମଣ୍ଡଳର କରୁଣ ଦୁର୍ଘଟଣା । କରମଣ୍ଡଳର ସେ କରୁଣ କାହାଣୀକୁ ଆଜିକୁ ଠିକ ବର୍ଷେ ପୂରିଛି । ହେଲେ ସେ ଭୟଙ୍କର ଦୁର୍ଘଟଣା ମନେ ପଡିଗଲେ ଛାତି ଥରି ଉଠୁଛି । ଆଉ କିଏ ଜାଣିଥିଲା ସେହିନର ଶୁକ୍ରବାର ଅନେକଙ୍କ ପାଇଁ ଶେଷ ଶୁକ୍ରବାର ପାଲଟିଯିବ । ବାଲେଶ୍ୱରର ବାହାନଗାଠାରେ ଘଟିଲା ଶତାଦ୍ଦୀର ସବୁଠାରୁ ବଡ ଟ୍ରେନ ଟ୍ରାଜେଡି । କିଏ ଟ୍ରେନ ଚକା ତଳେ ରହିଗାଲ, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ ସଂସ୍ପର୍ଷରେ ଆସି ବଗି ଭିତରେ ହିଁ ଶବ ପାଲଟି ଯାଇଥିଲା । ଏହି ଦୁର୍ଘଟଣାରେ ୨୯୬ ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା । ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେପଟେ ସିବିଆଇ ତଦନ୍ତରେ ରେଳବାଇର ୩ ଜଣ କର୍ମୀଙ୍କୁ ଗିରଫ କରାଗଲା କିନ୍ତୁ ଯେଉଁ ଜୀବନ ସବୁ ଚାଲିଗଲା ତାହା କଁଣ ଫ୍ରୋଇ ପାରିବେ କି । କରମଣ୍ଡଳ କାହାଣୀକୁ ବର୍ଷେ ପୂରିଲା ସତ କିନ୍ତୁ ଯେମିିତି ବାହାନଗା ଟ୍ରେନ ଟ୍ରାଜେଡି ଆଉ କେବେବି ପୁନରାବୃତି ନହେଉ ।