thelifelinemedia
Latest Odisha News, Breaking News Today

୩୧୭ ଆସନ ସହ ଇଣ୍ଡିଆ ମେଣ୍ଟ ଗଢ଼ିପାରେ ସରକାର, ୨୦୭ରେ ସୀମିତ ରହିବ ଏନଡିଏ.. ରାଜ୍ୟରେ କମିପାରେ ବିଜେଡି ସିଟ!

ବ୍ୟୁରୋ:ଇଣ୍ଡିଆ ମେଣ୍ଟକୁ ମିଳିପାରେ ବହୁମତ। ୨୪ ନିର୍ବାଚନର ରାଜତୀଳକ ପିନ୍ଧିପାରେ ଇଣ୍ଡିଆ ମେଣ୍ଟ। ବିଜେପି ନେତୃତ୍ୱାଧୀନ ଏନଡିଏକୁ ମାତ ଦେଇ ସରକାର ଗଢ଼ିପାରେ ଇଣ୍ଡିଆ ମେଣ୍ଟ।ଲାଇଫଲାଇନ ମିଡ଼ିଆର ସର୍ଭେ ଅନୁସାରେ କିଛି ଏଇଭଳି ତଥ୍ୟ ସାମ୍ନାକୁ ଆସୁଛି। ୧୦ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ ଏଥର ଚକମା ଦେଇପାରେ ଇଣ୍ଡି ମେଣ୍ଟ। ବୁଥ ବାହୁଡା଼ ମତ ଆଜି ସନ୍ଧ୍ୟାରେ ଆସିବ। ଭୋଟିଙ୍ଗ ସରିବା ପୂର୍ବରୁ ବିଭିନ୍ନ ସଂସ୍ଥା ବୁଥ ବାହୁଡା଼ ମତ ପ୍ରକାଶ କରିବେ। କିନ୍ତୁ ବୁଥ ବାହୁଡା଼ ମତ ଆସିବା ପୂର୍ବରୁ ଲାଇଫ ଲାଇନ ମିଡିଆ ତାର ସର୍ଭେ ରିପୋର୍ଟ ସାମ୍ନାକୁ ଆଣିଛି।ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ ଓ ନିରୀକ୍ଷଣ କହୁଛି ଏଥର ଇଣ୍ଡିଆ ମେଣ୍ଟ ସପକ୍ଷରେ ଜନମତ ଯାଇପାରେ। ସଂଖ୍ୟା ଗଣିତରେ ବାଜି ମାରିପାରେ ଇଣ୍ଡିଆ ମେଣ୍ଟ।
⨼ଇଣ୍ଡି ମେଣ୍ଟ ΂ଏନଡିଏ ΂ଅନ୍ୟ ΂΁୩୧୭΂୨୦୭΂୨୧΂΁⨽
ସେହିପରି ରାଜ୍ୟରେ ଏଥର ବିଜେଡି ସିଟ ଖସିପାରେ। ପୂର୍ବଥର ଭଳି ପାଇଥିବା ଆସନ ଏଥର ବିଜେଡିକୁ ନ ମିଳିପାରେ। ସର୍ଭେ କହୁଛି ଏଥର ବିଜେଡି ୮୭ଟି ସିଟରେ ସୀମିତ ରହିପାରେ। ଯଦିଓ ବିଜେଡିକୁ ବହୁମତ ମିଳିପାରେ କିନ୍ତୁ ଭୋଟ ପ୍ରତିଶତରେ ବିଜେଡି ଘାଟା ଖାଇପାରେ। ବିଜେପିର ଆସନ ସଂଖ୍ୟା ବଢ଼ିପାରେ। ଗତଥର ୨୩ରେ ସୀମିତ ରହିଥିବା ବିଜେପି ଏଥର ୩୨ ଛୁଇଁପାରେ। କଂଗ୍ରେସ ମଧ୍ୟ ଭଲ ଫଳାଫଳ କରିପାରେ।ଅର୍ଥାତ କଂଗ୍ରେସର ସିଟ ବଢ଼ିପାରେ। ୧୬ଟି ଆସନ କଂଗ୍ରେସ ଖାତାକୁ ଯାଇପାରେ ବୋଲି ସର୍ଭେ କହୁଛି। ଓଡିଶା ବିଧାନସଭା ନିର୍ବାଚନରେ ଏଥର ନିର୍ଣ୍ଣାୟକ ସାଜିପାରନ୍ତି ସ୍ୱାଧୀନ ପ୍ରାର୍ଥୀ। ଚଳିତ ଥର ୧୨ଟି ଆସନ ଅନ୍ୟଦଳକୁ ଯାଇପାରେ ବୋଲି ସର୍ଭେ ରିପୋର୍ଟ କହୁଛି।
⨼ବିଜେଡି ΂ବିଜେପି ΂କଂଗ୍ରେସ ΂ଅନ୍ୟ ΂΁୮୭΂୩୨΂୧୬΂୧୨΂΁⨽

Leave A Reply

Your email address will not be published.