ଏକଜିଟ ପୋଲରେ ସାମିଲ ହେବନି କଂଗ୍ରେସ, ଟିଆରପି ପାଇଁ ବାକ ବିତଣ୍ଡାରେ ସାମିଲ ନହେବା ନେଇ କଂଗ୍ରେସର ନିଷ୍ପତ୍ତି

ନୂଆଦିଲ୍ଲୀ:ଏକଜିଟ ପୋଲରେ ସାମିଲ ହେବନି କଂଗ୍ରେସ। ମତାଦାତା ସେମାନଙ୍କ ଭୋଟ ଦେଇ ସାରିଛନ୍ତି। ସେମାନଙ୍କର ନିଷ୍ପତ୍ତି ଏଭିଏମରେ ସୁରକ୍ଷିତ। ତେଣୁ ଅଯଥାରେ ଏକଜିଟ ପୋଲ କାର୍ଯ୍ୟକ୍ରମରେ କଂଗ୍ରେସ ସାମିଲ ହେବ ନାହିଁ ବୋଲି ସୋସିଆଲ ମିଡ଼ିଆ ଏକ୍ସରେ ପୱନ ଖେଡା କହିଛନ୍ତି।ଟିଆରପି ପାଇଁ କରାଯାଉଥିବା ଆକଳନ ଓ ଲଢ଼େଇରେ କଂଗ୍ରେସ ଭାଗ ନେବାକୁ ଚାହୁଁ ନଥିବା ସ୍ପଷ୍ଟ କରିଛି କଂଗ୍ରେସ।କଂଗ୍ରେସ ମୁଖ୍ୟପାତ୍ର ପବନ ଖେଡା କହିଛନ୍ତି ଯେ “ଭୋଟରମାନେ ସେମାନଙ୍କ ମତଦାନ କରିଛନ୍ତି ଓ ଏହା ସଂରକ୍ଷିତ ହୋଇ ରହିଛି। ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହାପୂର୍ବ ଆମେ ଟିଆରପି ପାଇଁ ହେଉଥିବା ଆକଳନ ଓ ଲଢ଼େଇରେ ସାମିଲ ହେବାକୁ ଚାହୁଁନାହୁଁ।
ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ପରେ ଜୁନ ୪ରେ ଫଳାଫଳ ଆସିବ । ଏହାପୂର୍ବରୁ, ଶନିବାର ଟିଭି ନ୍ୟୁଜ ଚ୍ୟାନେଲ ଓ ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲର ଫଳାଫଳର ଆକଳନ କରାଯିବ ।ଏହି ଫଳାଫଳକୁ ନେଇ ବିଭିନ୍ନ ଚ୍ୟାନେଲରେ ବିତର୍କ ମଧ୍ୟ ହେବ ।ଯେଉଁଥିରେ ସବୁ ଦଳର ନେତା ଭାଗ ନେଇ ସେମାନଙ୍କର ମତ ପ୍ରକାଶ କରିବେ। ଏଥର ବିଜେପି ୪୦୦ ପାର ନାରା ଦେଇଚ୍ଛି ଅନ୍ୟପଟେ ଇଣ୍ଡିଆ ମେଣ୍ଟ ୩୦୦ପାର ନାରା ଦେଇଛି।କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ କର୍ଣ୍ଣାଟକ, ମହାରାଷ୍ଟ୍ର, ୟୁପି, ବିହାର, ତେଲେଙ୍ଗାନା, ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରିବ। ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ଏଥର କୌଣସି ଓ୍ୱେଭ୍ ନାହିଁ।