thelifelinemedia
Latest Odisha News, Breaking News Today

ରିଲାକ୍ସ ହେବା ପାଇଁ ଧ୍ୟାନରେ ମୋଦି ଓ ବହି ପଢୁଛନ୍ତି ନବୀନ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ସରିବା ପରେ ଏବେ ରିଲାକ୍ସ ସମୟ। ଏଥିପାଇଁ ବହି ପଢି ରିଲାକ୍ସ କରିବାକୁ ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସେ ପହଂଚି ଯାଇଥିଲେ ମାଷ୍ଟର କ୍ୟାଣ୍ଟିନ ଛକ ମର୍ଡନ ବୁକ୍ ଡିପୋ। ଯେଉଁଠୁ ଦୁଇଟି ବହି କିଣିଛନ୍ତି ମୁଖ୍ୟମନ୍ତ୍ରୀ।ସିକ୍ରେଟ ଅଫ ଶିମିଳିପାଳ ଓ ଆର୍ୟନ୍ ନାମକ ଦୁଇଟି ବହି କିଣିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ କହିଛନ୍ତି ନିର୍ବାଚନ ଓ ପ୍ରଚାର ପରେ ରିଲାକ୍ସ ହେବା ପାଇଁ ବହି ଦୋକାନକୁ ଆସିଲି। ଦୁଇଟି ବହି କିଣିଲି। ଏବେ ବହି ପଢି ରିଲାକ୍ସ ହେବି।ସିକ୍ରେଟ ଅଫ ଶିମିଳିପାଳ ଓ ଆର୍ୟନ୍ ନାମକ ଦୁଇଟି ବହିକୁ
୨୫୦୦ ଟଙ୍କାରେ କିଣିଛନ୍ତି ମୁଖ୍ୟମନ୍ତ୍ରୀ।ସେହିପରି ପ୍ରଧାନମନ୍ତ୍ରୀ ମୋଦି କନ୍ୟାକୁମାରୀ ଯାଇ ବିବେକାନନ୍ଦ ସ୍ମାରକୀ ଶିଳାରେ ଧ୍ୟାନ ସାଧନା କରୁଛନ୍ତି।ମନ୍ଦିରରେ ପୂଜାର୍ଚ୍ଚନା ପରେ ଧ୍ୟାନ କରୁଛନ୍ତି ପିଏମ୍ ।ଦେହରେ ଚାଦର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ । ଆଉ ସୂର୍ଯ୍ୟାସ୍ତ ସମୟରେ ପୂଜାର୍ଚ୍ଚନା ସହ ବେଢ଼ା ପରିକ୍ରମା କରିଛନ୍ତି।ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ମୁଦ୍ରାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ ।ନିର୍ବାଚନ ଆଚରଣ ବିଧି ଉଂଲ୍ଲଘନ ହେଉଥିବା କଂଗ୍ରେସ ଅଭିଯୋଗ କରିଛି ।ସେପଟେ ବିଜେପି କହିଛି, ଏହା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଏହାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ।

Leave A Reply

Your email address will not be published.