
ବାରିପଦା ୧୧/୧୧: ନାବାଳିକା ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡା ସହ ଜରିମାନା ଶୁଣାଇଲେ ସତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ସୁନିତା ଜେନା। ଜଣେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତି କରିବା ଅଭିଯୋଗରେ ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତଙ୍କ ପରିଚୟ ବାଙ୍କା ସୋନିଆ, ଜଗନ୍ନାଥ ନାଏକ। ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିବା ବେଳେ ଏହା ଅନାଦେୟ ହେଲେ ୬ ମାସ କାରାଦଣ୍ଡ ବଢ଼ିବ ବୋଲି କୁହାଯାଇଛି।
ସେହିପରି ଅଭିଯୁକ୍ତ ନିନ ନାଏକକୁ ୫ ହଜାର ଟଙ୍କା ଜରିମାନା ସହିତ ଏହା ଅନାଦେୟ ହେଲେ ଅଧିକ ୩ ମାସ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପୋକ୍ସୋ ଅଦାଲତ କହିଛନ୍ତି। ସୂଚନାଥାଉକି, କୁଳିଅଣା ଥାନା ଅନ୍ତର୍ଗତ କେନ୍ଦୁଆଡିହା ଗାଁରେ ୨୦୧୭ରେ ଏହି ଅଭିଯୁକ୍ତମାନେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତି କରିଥିବା ଅଭିଯୋଗ ହୋଇଥିଲେ।