ବାରମ୍ବାର କୋଭିଡ-୧୯ ସଂକ୍ରମଣ ହୋଇପାରେ ଅଙ୍ଗ ନଷ୍ଟ ସହ ମୃତ୍ୟୁର କାରଣ

ସାର୍ସ ସିଓଭି-୨ ଭୂତାଣୁ ଦ୍ୱାରା ବାରମ୍ବାର ସଂକ୍ରମିତ ହେବା ଦ୍ୱାରା ଶାରୀରିକ ଅଙ୍ଗ ଖରାପ ହେବା ସାଙ୍ଗକୁ ମୃତ୍ୟୁର ବିପଦ ବଢାଇଥାଏ। ଏକ ଅଧ୍ୟୟନରୁ ପ୍ରଥମ ଥର ଏହା ଜଣାପଡିଛି। ଅଧ୍ୟୟନରେ ଲୋକଙ୍କୁ ବାରମ୍ବାର ସଂକ୍ରମିତ ହେବାରୁ ନିଜକୁ ରକ୍ଷା କରିବା ପାଇଁ ସତର୍କ କରାଯାଇଛି। ଏହି ଗବେଷଣା ରିପୋର୍ଟ ଗୁରୁବାର ‘ନେଚର ମେଡିସିନ’ ପତ୍ରିକାରେ ପ୍ରକାଶିତ ହୋଇଛି। ଯେଉଁଥିରେ ବାରମ୍ବାର କୋଭିଡ-୧୯ରେ ସଂକ୍ରମିତ ହେବା ଯୋଗୁ ଅନେକ ଅଙ୍ଗକୁ ପ୍ରଭାବିତ କରିବାର ଆଶଙ୍କା କରାଯାଇଛି।
ଗବେଷକମାନେ କହିଛନ୍ତି ଯେ ଏହା ଦ୍ୱାରା ହସ୍ପିଟାଲରେ ଭର୍ତ୍ତି ହେବାର ବିପଦ ବଢିବା ସହ ଫୁସଫୁସ୍, ହୃଦୟ, ମସ୍ତିଷ୍କ, ଶରୀରର ରକ୍ତ ଓ ମସ୍କୁଲୋସ୍କେଲଟେଲ (ଏହି ସିଷ୍ଟମର ହାଡ, କାର୍ଟିଲେଜ, ଗଣ୍ଠି, ସ୍ନାୟୁ ଓ ସଂଯୁକ୍ତ ଟିସ୍ୟୁକୁ ଗଠିତ)ଏହା ଛଡା ଜଠରାନ୍ତ୍ର ପ୍ରଣାଳୀ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ସତର୍କ କରିଛନ୍ତି।