ପ୍ରଶଂସକ ତିଆରି କଲେ ଏଲନ ମସ୍କଙ୍କର ୩୦ ଫୁଟ ଉଚ୍ଚା ପ୍ରତିମୂର୍ତ୍ତୀ

ନୂଆଦିଲ୍ଲୀ: ବିଶ୍ୱର ନମ୍ବର ୱାନ ଧନୀ ଏଲନ ମସ୍କ ଯେବେଠାରୁ ଟ୍ୱିଟର କିଣିଲେଣି ସେବେଠାରୁ ସେ ଗଣମାଧ୍ୟମ ସିରୋନାମାରେ ରହି ଆସୁଛନ୍ତି। କେବେ କର୍ମଚାରୀ ଛଟେଇ ତ କେବେ ସବ୍ସସ୍କ୍ରିପସନ ଫି ଲାଗୁ, ଏସବୁ ନେଇ ମସ୍କ ଏବେ ଚର୍ଚ୍ଚାରେ ରହିଛନ୍ତି।
ମସ୍କଙ୍କର ଏଭଳି ପଦକ୍ଷେପକୁ କିଛି ଲୋକ ସମାଲୋଚନା କରୁଥିବା ବେଳେ ଆଉ କିଛି ସମର୍ଥନ ବି କରୁଛନ୍ତି। କଠିନ୍ନ ପରିଶ୍ରମି ମସ୍କଙ୍କର ଅନେକ ମୁଗ୍ଧ ପ୍ରଂଶସକ ରହିଛନ୍ତି। ଏହି ପ୍ରଶଂସକ ମଧ୍ୟରୁ କିଛି ମସ୍କଙ୍କର ଏକ ପ୍ରତିମୂର୍ତ୍ତୀ ତିଆରି କରିଛନ୍ତି। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ପ୍ରଶଂସକମାନେ ମସ୍କଙ୍କର ଏକ ୩୦ ଫିଟ୍ର ଉଚ୍ଚା ପ୍ରତିମୂର୍ତ୍ତୀ ତିଆରି କରିଛନ୍ତି। ଏହା ଦେଖିବାକୁ ଏକ ଛେଳି ପରି। ଯାହା ଏକ ରକେଟ୍ ଉପରେ ବସିଛି। ଏହାର ମୁଣ୍ଡଭାଗରେ ମସ୍କଙ୍କ ମୁହଁର ମୂର୍ତ୍ତି ରହିଥିବା ବେଳେ ପଛ ଭାଗ ଛେଳିର ଶରୀର ରହିଛି। ଏହି ପ୍ରତିମୂର୍ତ୍ତୀର ଫଟୋକୁ ଟ୍ୱିଟର ୟୁଜର ଜ୍ୟାକ୍ ଜୁଚେଲ୍ଲି ଟ୍ୱିଟରରେ ଶେୟାର କରିଛନ୍ତି।
ଜୁଚେଲି ଫଟୋକୁ ଶେୟାର କରିବା ସହିତ ଟ୍ୱିଟ୍ କରି ଲେଖିଛନ୍ତି “ ଏକ ଛେଳି ଚେହାରରେ ରକେଟ୍ରେ ଯାଉଥିବା ଏଲନ ମସ୍କଙ୍କୁ କେବେ ଦେଖିଛନ୍ତି କି ? ଏହାକୁ ଇଲନ ଗୋଟ୍ ବୋଲି କହୁଛନ୍ତି। ଏହା ଟେସଲା ଚାରିପାଖରେ ଘୂରୁଛି।”