୧ ଟ୍ରିଲିୟନ ଡଲାର ହରାଇବାରେ ବିଶ୍ୱର ପ୍ରଥମ ସାର୍ବଜନିକ ସୂଚୀଭୁକ୍ତ କମ୍ପାନୀ ପାଲଟିବ amazon!

ନୂଆଦିଲ୍ଲୀ ୧୦।୧୧: ଆମାଜନ ଇଂକ ନାମରେ ଏକ ବହୁତ ଖରାପ ରେକର୍ଡ ଯୋଡି ହେବାକୁ ଯାଉଛି। ବଜାରରେ ୧ ଟ୍ରିଲିୟନ ଡଲାର ହରାଇବାରେ ପ୍ରଥମ ସାର୍ବଜନିକ ସୂଚୀଭୁକ୍ତ କମ୍ପାନୀ ପାଲଟିବ ଆମାଜନ। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ବର୍ଦ୍ଧିତ ମୁଦ୍ରାସ୍ପିତି, କଡା ମୁଦ୍ରାନୀତି ଓ ନିରାଶାଜନକ ଆୟ ମିଶି ଚଳିତ ବର୍ଷ କମ୍ପାନୀର ସେୟାରରେ ଐତିହାସିକ ବିକ୍ରୟ ଆରମ୍ଭ ହୋଇଯାଇଛି। ଇ-କମର୍ସ ଓ କ୍ଲାଉଡ ସେବା କମ୍ପାନୀଙ୍କ ସେୟାର ମୂଲ୍ୟରେ ବୁଧବାର ୪.୩ ପ୍ରତିଶତର ହ୍ରାସ ଯୋଗୁ ଜୁଲାଇ ୨୦୨୧ରେ ଏହାର ବଜାର ମୂଲ୍ୟ ୧.୮୮ ଟ୍ରିଲିୟନ ଡଲାରର ରେକର୍ଡ ସ୍ତରରୁ ହ୍ରାସ ହୋଇ ପାଖାପାଖି ୮୭୯ ବିଲିୟନ ଡଲାର ହୋଇଯାଇଛି।
ରିପୋର୍ଟ ଅନୁସାରେ ମାଇକ୍ରୋସଫ୍ଟର ମଧ୍ୟ ନଭେମ୍ବର ୨୦୨୧ ତୁଳନାରେ ୮୮୯ ବିଲିୟନ ଡଲାରର କ୍ଷତି ହୋଇଛି। ଏହି ଦଉଡରେ ୱିଣ୍ଡୋଜ୍ ସଫ୍ଟୱେର ନିର୍ମାତା ଆମାଜନର ପିଛା କରୁଛନ୍ତି। ରାଜସ୍ୱ ଦୃଷ୍ଟିରୁ ଶୀର୍ଷ ୫ ଆମେରିକୀୟ ଟେକ୍ କମ୍ପାନୀଙ୍କୁ ଚଳିତବର୍ଷ ସେମାନଙ୍କ ବଜାର ମୂଲ୍ୟର ୪ ଟ୍ରିଲିୟନ ଡଲାରର କ୍ଷତି ସହିବାକୁ ପଡିଛି। ରିପୋର୍ଟ ଅନୁସାରେ ମାନ୍ଦା ଆଶଙ୍କା ଟେକ୍ ସେକ୍ଟରର ଧାରଣାକୁ ଆହୁରି ଦୁର୍ବଳ କରିଦେଇଛି। ଏଥିରେ ବିଶ୍ୱର ସର୍ବ ବୃହତ୍ତ ଅନଲାଇନ ରିଟେଲର ହୋଇଥିବାରୁ ଆମାଜନ ଇ-କମର୍ସ କ୍ଷେତ୍ରରେ ତୀବ୍ର ମନ୍ଦାବସ୍ଥାର ମୁକାବିଲା ଲାଗି ବିପୁଳ ନିବେଶ ମଧ୍ୟ କରିଥିଲେ।