thelifelinemedia
Latest Odisha News, Breaking News Today

ED ଉପରେ ଅଭିଯୋଗ ଲଗାଇଲେ ଜ୍ୟାକଲିନ୍‌, କୋର୍ଟ କହିଲେ-କାହିଁକି କଲନି ଗିରଫ ?

ମୁମ୍ଵାଇ ୧୦।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ରେଗୁଲାର ଜାମିନ ଆବେଦନ ଉପରେ ଆଜି ପଟିଆଲା ହାଉସ କୋର୍ଟର ଶୁଣାଣି ଚାଲିଛି। କୋର୍ଟରେ ଶୁଣାଣି ସମୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତାଙ୍କୁ ହଇରାଣ କରିଥିବା ଅଭିଯୋଗ କରିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ଏହି ମାମଲାର ଶୁଣାଣି ବର୍ତ୍ତମାନ ଶେଷ ହୋଇଛି। ଆସନ୍ତାକାଲି ପାଇଁ କୋର୍ଟ ଏହି ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି।

ଜ୍ୟାକଲିନ କୋର୍ଟରେ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟ ସଂପର୍କରେ ବିଦେଶକୁ ଯିବା ଆସିବା କରୁଛନ୍ତି। କିନ୍ତୁ ମୋତେ ଅଟକାଇ ଦିଆଯାଇଥିଲା। ଗତ ବର୍ଷ ଜାନୁଆରୀରେ ମୁଁ ମୋ ମା’ଙ୍କୁ ଦେଖା କରିବାକୁ ଯାଉଥିଲି। କିନ୍ତୁ ମୋତେ ଯିବାକୁ ଦେଲେ ନାହିଁ। କେବଳ ଏତିକି ନୁହେଁ, ଜ୍ୟାକଲିନ କୋର୍ଟରେ କହିଛନ୍ତି ଯେ ସେ ଏ ସମ୍ପର୍କରେ ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ମେଲ କରିଥିଲେ, କିନ୍ତୁ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆସି ନଥିଲା। ଏହା ସହ ଜ୍ୟାକଲିନଙ୍କ ଓକିଲ କହିଛନ୍ତି ଯେ ସେ କିଛି କରିନାହାଁନ୍ତି ବରଂ ତଦନ୍ତରେ ସହଯୋଗ କରୁଛନ୍ତି। କିନ୍ତୁ ଇଡି ଏହି ପ୍ରସଙ୍ଗରେ ସେମାନଙ୍କୁ ହଇରାଣ କରୁଛି। ଜ୍ୟାକଲିନ ନିଜେ ଏହି ମାମଲାରେ ଆତ୍ମସମର୍ପଣ କରିଛନ୍ତି ଏବଂ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

ଇଡି ମଧ୍ୟ କୋର୍ଟଙ୍କୁ କହିଛନ୍ତି ଯେ ଯେତେବେଳେ ଜ୍ୟାକଲିନଙ୍କ ସହ ପ୍ରମାଣର ସମ୍ମୁଖୀନ ହୋଇଥିଲେ। ସେତେବେଳେ ସେ ତଥ୍ୟ ବିଷୟରେ କହିଥିଲେ। ଜ୍ୟାକଲିନ ଜଣେ ବିଦେଶୀ ନାଗରିକ ଏବଂ ତାଙ୍କ ପରିବାର ଶ୍ରୀଲଙ୍କାରେ ରୁହନ୍ତି। ଇଡି କୋର୍ଟକୁ କହିଛନ୍ତି ଯେ ଡିସେମ୍ବର ୨୦୨୧ରେ ଜ୍ୟାକଲିନ ମଧ୍ୟ ଖସିଯିବାକୁ ଚେଷ୍ଟା କରିଥିଲେ। ଇଡିର ଏହି ବିବୃତ୍ତି ଶୁଣି କୋର୍ଟ ପ୍ରଶ୍ନ କରିଛନ୍ତି ଯେ ଯଦି ଆପଣଙ୍କ ପାଖରେ ଜ୍ୟାକଲିନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ଅଛି, ତେବେ ଆପଣ ତାଙ୍କୁ କାହିଁକି ଗିରଫ କଲେ ନାହିଁ? କୋର୍ଟ ଇଡିଙ୍କୁ ପଚାରିଛନ୍ତି ଯେ ଆପଣ LOC ଜାରି କରିଛନ୍ତି କିନ୍ତୁ କାହିଁକି ଗିରଫ କଲେ ନାହିଁ ..ଇଡି କହିଛନ୍ତି ଯେ ଜ୍ୟାକଲିନ ଦେଶ ଛାଡିବା ପାଇଁ ସମସ୍ତ କୌଶଳ ଆପଣେଇଛନ୍ତି। କାରଣ ତାଙ୍କ ପାଖରେ ଟଙ୍କା ଅଭାବ ନାହିଁ।

Leave A Reply

Your email address will not be published.