ଦେଶରେ ସୁନା ରୁପା ଦରରେ ବଡ଼ ପରିବର୍ତ୍ତନ:କିଣିବାକୁ ଥିଲେ ଏବେ କିଣନ୍ତୁ, ନଚେତ୍ ପୁଣି ବଢ଼ିପାରେ
ଦେଶର ରାଜଧାନୀ ଦିଲ୍ଲୀରେ ନଭେମ୍ବର ୨୦ ତାରିଖ ସକାଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୨୫,୭୨୦ ଟଙ୍କା ରେକର୍ଡ କରାଯାଇଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୧୫,୨୫୦ ଟଙ୍କା ଥିବାବେଳେ, ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୯୪,୩୩୦ ଟଙ୍କା ରହିଛି
ନୂଆଦିଲ୍ଲୀ: ଯେଉଁମାନେ ସୁନା ଏବଂ ରୁପା କିଣିବାକୁ ଯୋଜନା କରୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନଭେମ୍ବର ୨୦ରେ ଉଭୟ ଧାତୁର ମୂଲ୍ୟରେ ବଡ଼ ଧରଣର ହ୍ରାସ ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୪,୭୦୦ ଟଙ୍କାରୁ ଅଧିକ ହ୍ରାସ ପାଇଥିବା ବେଳେ ରୁପା ମୂଲ୍ୟ ୮,୦୦୦ ଟଙ୍କାରୁ ଅଧିକ କମିଯାଇଛି।ନଭେମ୍ବର ୨୦ ତାରିଖ ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୪,୭୧୫ ଟଙ୍କା (୩.୭୦%) ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧,୨୨,୭୩୭ ଟଙ୍କାରେ ପହଞ୍ଚିଛି। ସେହିପରି, ରୁପା ମୂଲ୍ୟ ୮,୨୬୯ ଟଙ୍କା (୫.୨୫%) ହ୍ରାସ ପାଇ ପ୍ରତି କିଲୋଗ୍ରାମ ପିଛା ୧,୪୯,୨୧୩ ଟଙ୍କାରେ ରହିଛି। ଏହା ପୂର୍ବରୁ ମଧ୍ୟ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।
ଦେଶର ରାଜଧାନୀ ଦିଲ୍ଲୀରେ ନଭେମ୍ବର ୨୦ ତାରିଖ ସକାଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୨୫,୭୨୦ ଟଙ୍କା ରେକର୍ଡ କରାଯାଇଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୧୫,୨୫୦ ଟଙ୍କା ଥିବାବେଳେ, ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୯୪,୩୩୦ ଟଙ୍କା ରହିଛି।