ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼! ବଢ଼ିଲା କ୍ଷୀର ଦର, ଲିଟର ପିଛା ୬ ଟଙ୍କା ମହଙ୍ଗା; ଆସନ୍ତାକାଲିଠୁ ଲାଗୁ ହେବ ନୂଆ ଦାମ୍
ଦୁଗ୍ଧ ବିତରକ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦର ସଂଶୋଧନ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା।ନୂଆ ନିଷ୍ପତ୍ତି ଅନୁସାରେ ମଇଁଷି କ୍ଷୀରର ଖୁଚୁରା ବିକ୍ରି ଦର ଲିଟର ପିଛା ୬ ଟଙ୍କା ବୃଦ୍ଧି କରାଯାଇଛି
ମୁମ୍ବାଇ: ଦେଶରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ମଧ୍ୟରେ ଏବେ କ୍ଷୀର ମହଙ୍ଗା ହେବାକୁ ଯାଉଛି। ଅମୂଲ ଓ ମଦର ଡେୟରୀ ପରେ ଗୋକୁଳ ଡେୟରୀ କ୍ଷୀର ଦର ବୃଦ୍ଧି କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ଯୋଗୁଁ ମହାରାଷ୍ଟ୍ରରେ ଗୋକୁଳ ବ୍ରାଣ୍ଡ୍ର କ୍ଷୀର ବ୍ୟବହାର କରୁଥିବା ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ବା ଗୋକୁଳ ଡେୟରୀର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ନୂଆ ଦର ନଭେମ୍ବର ୨୧, ୨୦୨୬ ଶନିବାରଠାରୁ କାର୍ଯ୍ୟକାରୀ ହେବ।
ଦୁଗ୍ଧ ବିତରକ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦର ସଂଶୋଧନ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା।ନୂଆ ନିଷ୍ପତ୍ତି ଅନୁସାରେ ମଇଁଷି କ୍ଷୀରର ଖୁଚୁରା ବିକ୍ରି ଦର ଲିଟର ପିଛା ୬ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ମୁମ୍ବାଇ ଓ ପୁଣେରେ ମଇଁଷି କ୍ଷୀର ଲିଟର ପିଛା ୭୮ ଟଙ୍କାରୁ ବଢ଼ି ୮୪ ଟଙ୍କା ହେବ। ସେହିପରି କୋହ୍ଲାପୁରରେ ମଇଁଷି କ୍ଷୀରର ନୂଆ ବିକ୍ରି ଦର ୭୮ ଟଙ୍କା ରହିବ ବୋଲି ରିପୋର୍ଟରେ କୁହାଯାଇଛି।