ବଲିଉଡ୍ ଚଳଚ୍ଚିତ୍ର ‘ରାମାୟଣ’ ମୁକ୍ତିଲାଭ ପରେ ଜଟାୟୁ ଆର୍ଥ ସେଣ୍ଟର’ ର ବଢିଲା ଲୋକପ୍ରିୟତା:ଖୁବଶୀଘ୍ର ଏହି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଏହି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାର ସମ୍ଭାବନା ରହିଛି। କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଗୁରୁବାର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି
ବ୍ୟୁରୋ: ବଲିଉଡ୍ ଚଳଚ୍ଚିତ୍ର ‘ରାମାୟଣ’ ମୁକ୍ତିଲାଭ କରିବା ପରେ କେରଳର କୋଲ୍ଲାମ ଜିଲ୍ଲା ସ୍ଥିତ ‘ଜଟାୟୁ ଆର୍ଥ ସେଣ୍ଟର’ ପ୍ରତି ଦେଶବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣ ବହୁଗୁଣିତ ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଏହି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାର ସମ୍ଭାବନା ରହିଛି। କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଗୁରୁବାର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।
ବହୁଗୁଣିତ ହୋଇଛି ପର୍ଯ୍ୟଟକଙ୍କ ଆକର୍ଷଣ। ସୁରେଶ ଗୋପୀଙ୍କ ସୂଚନା ମୁତାବକ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ପ୍ରଥମେ କୋଲ୍ଲାମର ଚଦୟମଙ୍ଗଳମ ସ୍ଥିତ ଜଟାୟୁପାରା ଗସ୍ତ କରିବେ। ଦୁଇ ଦିନ ପୂର୍ବରୁ ଶେଖାୱତ ଜଟାୟୁ ଆର୍ଥ ସେଣ୍ଟରର ନିର୍ମାତା ରାଜୀବ ଅଞ୍ଚଳଙ୍କୁ ଭେଟି ‘ଦିଲ୍ଲୀ ବିଏନାଲେ’ରେ ଜଟାୟୁ ପ୍ରକଳ୍ପକୁ ପ୍ରଦର୍ଶିତ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। ଏହି ପ୍ରସ୍ତାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଅବଗତ କରାଯାଇଛି।