thelifelinemedia
Latest Odisha News, Breaking News Today

୩ବର୍ଷରେ ନିଯୁକ୍ତି ପାଇବେ ୪୫ହଜାର ଶିକ୍ଷକ:ବର୍ଷକୁ ୧୫ ହଜାର ଲେଖାଏଁ ଶିକ୍ଷକ ନିଯୁକ୍ତି

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସରକାରୀ ବିଦ୍ୟାଳୟରେ ମୋଟ ୩୪,୪୬୯ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି।ପ୍ରଥମ ପର୍ଯ୍ୟାୟରେ ୧୫,୦୦୦ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି

ଭୁବନେଶ୍ୱର:୩ ବର୍ଷରେ ୪୫ ହଜାର ଶିକ୍ଷକ ନିଯୁକ୍ତି ଦେବେ ରାଜ୍ୟ ସରକାର। ବର୍ଷକୁ ୧୫ ହଜାର ଲେଖାଏଁ ଶିକ୍ଷକ ନିଯୁକ୍ତି ଦିଆଯିବ। ଗୃହରେ ଗଣଶିକ୍ଷ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଲିଖିତ ଉତ୍ତର ୧୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ୩୪ ହଜାର ୪୬୯ ଶିକ୍ଷକ ପଦବୀ ଖାଲି।ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଲିଖିତ ଉତ୍ତର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ପ୍ରତି ବର୍ଷ 15000 ଶିକ୍ଷକ ନିଯୁକ୍ତି ମିଳିବ।

 

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସରକାରୀ ବିଦ୍ୟାଳୟରେ ମୋଟ ୩୪,୪୬୯ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି।ପ୍ରଥମ ପର୍ଯ୍ୟାୟରେ ୧୫,୦୦୦ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି।ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ ନୂତନ ପଦବୀ ସୃଷ୍ଟି ସହ ଅବସର ଜନିତ ଖାଲି ପଦବୀଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରାଯିବ।

Leave A Reply

Your email address will not be published.