୪୧୦ କିଲୋମିଟର ଦୂରରେ ବାତ୍ୟା ‘ଅକଭାନ’
ଭୁବନେଶ୍ଵର: ପଶ୍ଚିମ କେନ୍ଦ୍ରୀୟ ସାଙ୍ଗରରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଭୀଷଣ ବାତ୍ୟା ‘ଅକଭାନ’ ଆଗକୁ ବଢ଼ୁଛି । ଏବେ ଉତ୍ତର ଦିଗରେ ଗତି କରୁଛି ବାତ୍ୟା । ଆନ୍ଧ୍ରର ନର୍ସାପୁର ଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ‘ଅକଭାନ’ ୩୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।
ସେହିଭଳି କଳିଙ୍ଗପାଟ୍ଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ବାତ୍ୟା ୩୨୦ କିଲୋମିଟର ଦୂରରେ ରହିଥିବା ବେଳେ ଗୋପାଳପୁର ଠାରୁ ଦକ୍ଷିଣରେ ୪୧୦ କିଲୋମିଟର ଏବଂ ପୁରୀ ଠାରୁ ଦିକ୍ଷଣରେ ୪୭୦ କିଲୋମିଟର ଦୂରରେ ‘ଅକଭାନ’ ରହିଛି ।
ଭୀଷଣ ବାତ୍ୟା ‘ଅକଭାନ’ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶର ୟାନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ଶୁକ୍ରବାର ମଧ୍ୟାହ୍ନରେ ‘ଅକଭାନ’ ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିବା ଆକଳନ କରାଯାଇଛି ।