ଘୋଷଣା ହେଲା ଯୁକ୍ତ +2 ପରୀକ୍ଷା ତାରିଖ
ଭୁବନେଶ୍ୱର: ଜାରି ହେଲା ୨୦୨୭ ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଏହା ଅନୁସାରେ ଯୁକ୍ତ ଦୁଇ ପରୀକ୍ଷା ୨୦୨୭ ଫେବ୍ରୁଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖରେ ଶେଷ ହେବ। କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ପତ୍ର ବିନିମୟ ବିଷୟ ପାଇଁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି।
ସୂଚନା ଅନୁଯାୟୀ, ଯୁକ୍ତ ୨ ଥିଓରୀ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ପରୀକ୍ଷା ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଇଣ୍ଟରନାଲ ଆସେସମେଣ୍ଟ ଓ ପ୍ରୋଜେକ୍ଟ ପରୀକ୍ଷା ୨୦୨୬ ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ୨୦୨୭ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୪ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।