ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ଖରାପ:ସହରର ମୋଟ ୫୪ଟି ବାୟୁ ମାନ ଯାଞ୍ଚ କେନ୍ଦ୍ର ମଧ୍ୟରୁ ୪୭ଟି ପ୍ରଦୂଷଣ ସ୍ଥିତି ‘ଅତି ଖରାପ’ ଏବଂ ୭ଟି ‘ଗମ୍ଭୀର’ ଶ୍ରେଣୀରେ ରହିଛି
ସମୀର ଆପ୍ର ତଥ୍ୟ ଅନୁଯାୟୀ, ଆଇଆଇଟି ଦିଲ୍ଲୀ ଅଞ୍ଚଳରେ ସର୍ବାଧିକ ଏକ୍ୟୁଆଇ ୪୨୮ ରେକର୍ଡ ହୋଇଛି। ଏହା ପଛକୁ ଆଇଟିଓରେ ୪୧୪ ରହିଛି। ତେବେ ସିପିସିବିର ତଥ୍ୟରେ ଏହି ଦୁଇ ସ୍ଥାନର ଏକ୍ୟୁଆଇ ଯଥାକ୍ରମେ ୪୨୫ ଓ ୪୧୫ ରହିଛି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ଖରାପ ହୋଇପଡ଼ିଛି। ରବିବାର ସକାଳେ ଘନ ଧୂଆଁଳିଆ ଆବରଣରେ ସହରର ଅନେକ ଅଞ୍ଚଳ ଢାଙ୍କି ହୋଇ ରହିଥିବାବେଳେ ହାରାହାରି ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୩୫୦ରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ ଏହା ୩୫୨ ରହିଛି। ସହରର ମୋଟ ୫୪ଟି ବାୟୁ ମାନ ଯାଞ୍ଚ କେନ୍ଦ୍ର ମଧ୍ୟରୁ ୪୭ଟି ପ୍ରଦୂଷଣ ସ୍ଥିତି ‘ଅତି ଖରାପ’ ଏବଂ ୭ଟି ‘ଗମ୍ଭୀର’ ଶ୍ରେଣୀରେ ରହିଛି।
ସମୀର ଆପ୍ର ତଥ୍ୟ ଅନୁଯାୟୀ, ଆଇଆଇଟି ଦିଲ୍ଲୀ ଅଞ୍ଚଳରେ ସର୍ବାଧିକ ଏକ୍ୟୁଆଇ ୪୨୮ ରେକର୍ଡ ହୋଇଛି। ଏହା ପଛକୁ ଆଇଟିଓରେ ୪୧୪ ରହିଛି। ତେବେ ସିପିସିବିର ତଥ୍ୟରେ ଏହି ଦୁଇ ସ୍ଥାନର ଏକ୍ୟୁଆଇ ଯଥାକ୍ରମେ ୪୨୫ ଓ ୪୧୫ ରହିଛି। କମନୱେଲ୍ଥ ସ୍ପୋର୍ଟସ କମ୍ପ୍ଲେକ୍ସରେ ୪୦୩, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସ୍ ଓ ପୁସାରେ ୪୦୨ ଲେଖାଏଁ ଏବଂ ବୁରାରି କ୍ରସିଂରେ ୪୦୦ ରେକର୍ଡ ହୋଇଛି। ଅନ୍ୟ ଅଞ୍ଚଳ ମଧ୍ୟରେ ପଞ୍ଜାବୀ ବାଗ୍ରେ ଏକ୍ୟୁଆଇ ୩୮୬, ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ୩୮୩ ଏବଂ ଅକ୍ଷରଧାମରେ ୩୬୫ ରହିଛି।