ଅକ୍ଷୟ କୁମାରଙ୍କ ‘ସାମୁକ୍’ର ମୋସନ୍ ପୋଷ୍ଟର ରିଲିଜ୍, ୨୦୨୭ରେ ହେବ ମୁକ୍ତିଲାଭ
ପୋଷ୍ଟରଟି ଏକ ଘଞ୍ଚ ଓ କୁହୁଡ଼ିଆ ଜଙ୍ଗଲର ପୃଷ୍ଠଭୂମିରେ ପ୍ରସ୍ତୁତ ହୋଇଛି। ଏଥିରେ ଅକ୍ଷୟ ଏକ କଳା ରଙ୍ଗର ସୁଟ୍ ପିନ୍ଧି ହାତରେ ବନ୍ଧୁକ ଧରି କୌଣସି ଅଜଣା ବିପଦର ସାମ୍ନା କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି
ମୁମ୍ବାଇ: ବଲିଉଡ୍ର ଖିଲାଡି ଅକ୍ଷୟ କୁମାର ପୁଣିଥରେ ଦର୍ଶକଙ୍କୁ ଚକିତ କରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ଚଳିତ ବର୍ଷ (୨୦୨୬) ‘ଭୂତ ବଙ୍ଗଳା’, ‘ୱେଲକମ୍ ଟୁ ଦ ଜଙ୍ଗଲ’ ଓ ‘ହୈୱାନ୍’ ଭଳି ଚଳଚ୍ଚିତ୍ର ପରେ ଏବେ ସେ ଏକ ସମ୍ପୂର୍ଣ୍ଣ ନୂଆ ଜୋନର୍ ବା ଶୈଳୀରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ଆଗାମୀ ସାଇନ୍ସ-ଫିକ୍ସନ୍ ଓ ସର୍ଭାଇଭାଲ୍ ହରର୍ ଫିଲ୍ମ ‘ସାମୁକ୍’ର ପ୍ରଥମ ମୋସନ୍ ପୋଷ୍ଟର ମୁକ୍ତିଲାଭ କରିଛି, ଯାହା ସୋସିଆଲ୍ ମିଡିଆରେ ବେଶ୍ ଉତ୍ସୁକତା ସୃଷ୍ଟି କରିଛି।
ପୋଷ୍ଟରଟି ଏକ ଘଞ୍ଚ ଓ କୁହୁଡ଼ିଆ ଜଙ୍ଗଲର ପୃଷ୍ଠଭୂମିରେ ପ୍ରସ୍ତୁତ ହୋଇଛି। ଏଥିରେ ଅକ୍ଷୟ ଏକ କଳା ରଙ୍ଗର ସୁଟ୍ ପିନ୍ଧି ହାତରେ ବନ୍ଧୁକ ଧରି କୌଣସି ଅଜଣା ବିପଦର ସାମ୍ନା କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ତେବେ ପୋଷ୍ଟରର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସେହି ଭୟଙ୍କର ‘ଜୀବ’ ଯାହାର ବିଶାଳ ପାଟି, ତୀକ୍ଷ୍ଣ ଦାନ୍ତ ଓ ପାଟିରୁ ଝରୁଥିବା କଳା ରଙ୍ଗର ତରଳ ପଦାର୍ଥ ଫିଲ୍ମର ରୋମାଞ୍ଚକୁ ଦ୍ୱିଗୁଣିତ କରୁଛି।