ଆଇପିଏଲରୁ ଅବସର ନେଲେ ଧୋନି: ଚେନ୍ନାଇ ସୁପର କିଙ୍ଗ୍ସର ମେଣ୍ଟର ରହିବେ କ୍ୟାପଟେନ୍ କୁଲ
ଆଇପିଏଲ୍ 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଦିଗ୍ଗଜ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏମଏସ ଧୋନି ଇଣ୍ଡିଆନ୍ ପ୍ରିମିୟର ଲିଗ୍ରୁ ଅବସର ନେଇଛନ୍ତି ଏବଂ ବର୍ତ୍ତମାନ ସେ ପଡ଼ିଆରେ ଖେଳାଳି ବଦଳରେ ଏକ ନୂଆ ଭୂମିକାରେ ନଜର ଆସିବେ
ବ୍ୟୁରୋ:ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ (IPL) ଖେଳାଳି ଭାବରେ ନିଜର ଅବସର ଘୋଷଣା କରିଛନ୍ତି।ଖେଳାଳି ଭାବରେ ଅବସର ନେବା ପରେ ସେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମେଣ୍ଟର (Mentor) ଭାବରେ ଦାୟିତ୍ୱ ଗ୍ରହଣ କରିବେ।ଧୋନି ୧୮ ବର୍ଷର ଆଇପିଏଲ୍ କ୍ୟାରିୟର ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
ଆଇପିଏଲ୍ 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଦିଗ୍ଗଜ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏମଏସ ଧୋନି ଇଣ୍ଡିଆନ୍ ପ୍ରିମିୟର ଲିଗ୍ରୁ ଅବସର ନେଇଛନ୍ତି ଏବଂ ବର୍ତ୍ତମାନ ସେ ପଡ଼ିଆରେ ଖେଳାଳି ବଦଳରେ ଏକ ନୂଆ ଭୂମିକାରେ ନଜର ଆସିବେ। ପାଞ୍ଚ ଥରର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଆଇପିଏଲ୍ 2027 ରୁ ଦଳର ମେଣ୍ଟର (Mentor) କରିବାକୁ ନିଷ୍ପତ୍ତି ନେଇଛି। ତେବେ ଫ୍ରାଞ୍ଚାଇଜି ସହିତ ତାଙ୍କର ସମ୍ପର୍କ ପୂର୍ବ ପରି ଅତୁଟ ରହିବ।ଧୋନି ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପାଞ୍ଚ ଥର ଚାମ୍ପିଅନ୍ କରାଇଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ଅନେକ ସ୍ମରଣୀୟ ସଫଳତା ହାସଲ କରିଛି। ବର୍ତ୍ତମାନ ଆଇପିଏଲ୍ରେ ଖେଳାଳି ଭାବେ ତାଙ୍କର ଯାତ୍ରା ଶେଷ ହୋଇଯାଇଛି। ସେ ଦଳର ଡଗ୍ଆଉଟ୍ରେ ମେଣ୍ଟରଙ୍କ ଭୂମିକା ନିଭାଇବେ ଏବଂ ନିଜର ଅଭିଜ୍ଞତା ଦ୍ୱାରା ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବେ। ଚେନ୍ନାଇ ସହିତ ଧୋନିଙ୍କର ସମ୍ପର୍କ ଅତ୍ୟନ୍ତ ଖାସ୍ ରହିଆସିଛି। ସେ ଫ୍ରାଞ୍ଚାଇଜିର ପରିଚୟ ପାଲଟି ଯାଇଛନ୍ତି ଏବଂ ତାଙ୍କର ନିଷ୍ପତ୍ତି ତଥା ନେତୃତ୍ୱ କ୍ଷମତା ଦଳକୁ ଏକ ନୂଆ ଶିଖରରେ ପହଞ୍ଚାଇଛି।