ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ପ୍ରତିକ୍ରିୟା: ବାତ୍ୟା ଓ ବନ୍ୟା ନେଇ ମୋସନ ଆଣିଛି ବିଜେଡି
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି (ନଭେମ୍ବର ୧୭) ନୁହେଁ, ବରଂ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୮, ୨୦୨୬ ଠାରୁ ଆରମ୍ଭ ହେବାକୁ ଯାଉଛି
ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ନେଇ ମୋସନ ଆଣିଛି ବିଜେଡି।ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କହିଛନ୍ତି, ସବୁ ବିଜିନେସ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଛୁ। ଏହା ସହ ଆଇନ ଶୃଙ୍ଖଳା, ଭତ୍ତା ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ଉଠାଇବୁ।
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି (ନଭେମ୍ବର ୧୭) ନୁହେଁ, ବରଂ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୮, ୨୦୨୬ ଠାରୁ ଆରମ୍ଭ ହେବାକୁ ଯାଉଛି। ସପ୍ତଦଶ ଓଡ଼ିଶା ବିଧାନସଭାର ଏହି ଅଷ୍ଟମ ଅଧିବେଶନ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ଚାଲିବ।ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଅଧିବେଶନର ପ୍ରଥମ ଦିନ (ନଭେମ୍ବର ୧୮) ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ।