ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅକଭାନ: ୨୦ରେ ଲ୍ୟାଣ୍ଡଫଲ୍, ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଛି ବାତ୍ୟା ଅକଭାନ । ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଏହା ପରେ 19 ତାରିଖ ସନ୍ଧ୍ୟା ସୁଦ୍ଧା ଆହୁରି ଶକ୍ତିଶାଳୀ ହୋଇ ଅତିଭୀଷଣ ବାତ୍ୟାରେ ପରିଣତ ହେବ
ଭୁବନେଶ୍ୱର: ସୃଷ୍ଟି ହେଲା ବାତ୍ୟା ଆକଓ୍ବାନ। ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଆସନ୍ତାକାଲି ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୧୯ ତାରିଖରେ ଅତି ଭୀଷଣ ବାତ୍ୟା ରୂପ ନେଇ ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ରହିଛି । ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ୟାନମ୍ ଉପକୂଳ ନେଲୋର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡ ଫଲ କରିବ ବାତ୍ୟା । ଏହି ସମୟରେ ପବନର ବେଗ ୧୨୦ରୁ ୧୩୦ କିଲୋମିଟର ଓ ଝଟକା ପବନ ୧୪୫ କିଲୋମିଟର ଛୁଇଁପାରେ ବୋଲି ଆକଳନ କରିଛି IMD । ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଅତିକ୍ରମ କରୁଛି ବାତ୍ୟା।
ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଛି ବାତ୍ୟା ଅକଭାନ । ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଏହା ପରେ 19 ତାରିଖ ସନ୍ଧ୍ୟା ସୁଦ୍ଧା ଆହୁରି ଶକ୍ତିଶାଳୀ ହୋଇ ଅତିଭୀଷଣ ବାତ୍ୟାରେ ପରିଣତ ହେବ । ନଭେମ୍ବର 20 ମଧ୍ୟାହ୍ନ ସମୟରେ ଆନ୍ଧ୍ର-ୟାନମ ଉପକୂଳ ଦେଇ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ତେବେ ବାତ୍ୟା ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିବ । ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ଚେତାବନୀ ନାହିଁ । ଆସନ୍ତାକାଲି(ନଭେମ୍ବର 18) ପାଇଁ 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।