thelifelinemedia
Latest Odisha News, Breaking News Today

ଦେବ୍ରିଗଡ଼ରେ ଠାବ ହୋଇଥିବା ବାଘର ପରିଚୟ ସ୍ପଷ୍ଟ :ପରିଚୟକୁ ନିଶ୍ଚିତ କଲା ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି

ଛତିଶଗଡ଼ ସୀମା ଦେଇ ବରଗଡ଼ ଜିଲ୍ଲାର ଦେବ୍ରୀଗଡ଼-ଲଖନପୁର ଜଙ୍ଗଲ ରାସ୍ତା ଦେଇ ଏହା ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛି।ବାଘର ସୁରକ୍ଷା ଏବଂ ଗତିବିଧି ଉପରେ ନଜର ରଖିବା ପାଇଁ ଅଭୟାରଣ୍ୟରେ ପ୍ରାୟ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି

ସମ୍ବଲପୁର: ଦେବ୍ରିଗଡ଼ରେ ଠାବ ହୋଇଥିବା ବାଘର ପରିଚୟ ସ୍ପଷ୍ଟ ହୋଇଛି। ବାଘର ପରିଚୟକୁ ନିଶ୍ଚିତ କଲା ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି। ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରୁ ଦେବ୍ରିଗଡ଼ ଆସିଛି ମହାବଳ। ୨୦୨୫ରେ ଉଦନ୍ତୀ-ସୀତାନଦୀରେ କ୍ୟାମେରା ଟ୍ରାପ୍‌ରେ ରେକର୍ଡ ହୋଇଥିଲା ବାଘ। ନଭେମ୍ବର ୯ରେ ଦେବ୍ରିଗଡ଼ ଅଞ୍ଚଳରେ ଠାବ ହୋଇଥିଲା ।ଟ୍ରାପ୍ ଫଟୋ ଓ ଶରୀରର ଷ୍ଟ୍ରାଇପ୍ ପ୍ୟାଟର୍ନ ମେଳ କରି ପରିଚୟ ସ୍ପଷ୍ଟ ଚିହ୍ନଟ ଅଣ୍ଡିରା ମହାବଳ ବାଘର ବୟସ ପ୍ରାୟ ୫ ବର୍ଷ। ମହାବଳ ବାଘର ପରବର୍ତ୍ତୀ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

ଛତିଶଗଡ଼ ସୀମା ଦେଇ ବରଗଡ଼ ଜିଲ୍ଲାର ଦେବ୍ରୀଗଡ଼-ଲଖନପୁର ଜଙ୍ଗଲ ରାସ୍ତା ଦେଇ ଏହା ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛି।ବାଘର ସୁରକ୍ଷା ଏବଂ ଗତିବିଧି ଉପରେ ନଜର ରଖିବା ପାଇଁ ଅଭୟାରଣ୍ୟରେ ପ୍ରାୟ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି ଦେବ୍ରୀଗଡ଼ରେ ମହାବଳ ବାଘ ଦେଖାଯିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨୦୨୨ରୁ ୨୦୨୪ ମସିହା ମଧ୍ୟରେ ମଧ୍ୟ ଅନ୍ୟ ଏକ ମହାବଳ ବାଘ ପ୍ରାୟ ଦେଢ଼ ବର୍ଷ ଧରି ଏହି ଅଭୟାରଣ୍ୟକୁ ନିଜର ବାସସ୍ଥଳୀ କରି ରହିଥିଲା।

Leave A Reply

Your email address will not be published.