ପଶ୍ଚିମବଙ୍ଗରେ ପୁଣି ପୋଲିସ ଏନକାଉଣ୍ଟର:କନେଷ୍ଟବଳଙ୍କୁ ଗୁଳି କରି ଫେରାର ଥିବା ଅଭିଯୁକ୍ତ ରତନ ଶେଖ୍ର ମୃତ୍ୟୁ ହୋଇଛି
ଗତ ଶୁକ୍ରବାର ଶାନ୍ତିନିକେତନର ଲାଇକ୍ ବଜାର ଅଞ୍ଚଳରେ ପୋଲିସ ଚଢ଼ାଉ କରିଥିଲା । ଏହି ସମୟରେ ରତନ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏଥିରେ ୩୧ ବର୍ଷୀୟ କନେଷ୍ଟବଳ ବିଶ୍ୱଜିତ ଦାସଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା
କୋଲକାତା: ପଶ୍ଚିମବଙ୍ଗରେ ପୁଣି ପୋଲିସ ଏନକାଉଣ୍ଟର । କନେଷ୍ଟବଳଙ୍କୁ ଗୁଳି କରି ଫେରାର ଥିବା ଅଭିଯୁକ୍ତ ରତନ ଶେଖ୍ର ମୃତ୍ୟୁ ହୋଇଛି । ବୀରଭୂମ ଜିଲ୍ଲା ଶାନ୍ତିନିକେତନ ଥାନା ଅଞ୍ଚଳରେ ପୋଲିସର ପାଲଟା ଗୁଳିରେ ସେ ଗୁରୁତର ଆହତ ହୋଇଥିଲା । ପରେ ହସ୍ପିଟାଲରେ ତା’ର ମୃତ୍ୟୁ ଘଟିଛି । ରତନ ଶେଖ୍ ନାଁରେ ୩୬ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ପଞ୍ଚମ ପୋଲିସ ଏନକାଉଣ୍ଟର ବୋଲି ଦାବି କରାଯାଉଛି ।
ସୂଚନା ଅନୁସାରେ, ଗତ ଶୁକ୍ରବାର ଶାନ୍ତିନିକେତନର ଲାଇକ୍ ବଜାର ଅଞ୍ଚଳରେ ପୋଲିସ ଚଢ଼ାଉ କରିଥିଲା । ଏହି ସମୟରେ ରତନ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏଥିରେ ୩୧ ବର୍ଷୀୟ କନେଷ୍ଟବଳ ବିଶ୍ୱଜିତ ଦାସଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା । ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ରତନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।