thelifelinemedia
Latest Odisha News, Breaking News Today

ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ, କେହି ବି ବିରୋଧ କଲେନି

ICC ଚେୟାରମ୍ୟାନ୍ ହେବା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ।ଏହି ପୁନଃନିଯୁକ୍ତି ଏକ ସ୍ପଷ୍ଟ ପଦକ୍ଷେପ ବୋଲି ବିବେଚନା କରାଯାଉଛି, କାରଣ ଏକାଧିକ ସଦସ୍ୟ ପ୍ରତିନିଧି ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଆଇସିସି ବୋର୍ଡ ଦ୍ୱାରା ତାଙ୍କ ଉପରେ ପ୍ରକାଶ ପାଇଥିବା ବିଶ୍ୱାସ ପାଇଁ ଶାହା କୃତଜ୍ଞତା ଜଣାଇଛନ୍ତି

ବ୍ୟୁରୋ:ଭାରତୀୟ କ୍ରିକେଟ୍ ପ୍ରଶାସକ ଜୟ ଶାହା ପୁଣିଥରେ ନିର୍ଦ୍ୱନ୍ଦ୍ୱରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ର ଅଧ୍ୟକ୍ଷ କିମ୍ବା ଚେୟାରମ୍ୟାନ୍ ଭାବେ ନିର୍ବାଚିତ ହୋଇଛନ୍ତି। ୩୮ ବର୍ଷୀୟ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର ଅଧ୍ୟକ୍ଷ ହେବା ପୂର୍ବରୁ ବିସିସିଆଇ ସମ୍ପାଦକ ରହିଥିଲେ। ଏହାପରେ ପ୍ରଥମଥର ୨୦୨୪ ଡିସେମ୍ବରରେ ସେ ଆଇସିସି ଅଧ୍ୟକ୍ଷ ହୋଇଥିଲେ।ଏହି ନିର୍ବାଚନରେ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ (ନିର୍ଦ୍ୱନ୍ଦ୍ୱରେ) ଚୟନିତ ହୋଇଛନ୍ତି।

ICC ଚେୟାରମ୍ୟାନ୍ ହେବା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ।ଏହି ପୁନଃନିଯୁକ୍ତି ଏକ ସ୍ପଷ୍ଟ ପଦକ୍ଷେପ ବୋଲି ବିବେଚନା କରାଯାଉଛି, କାରଣ ଏକାଧିକ ସଦସ୍ୟ ପ୍ରତିନିଧି ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଆଇସିସି ବୋର୍ଡ ଦ୍ୱାରା ତାଙ୍କ ଉପରେ ପ୍ରକାଶ ପାଇଥିବା ବିଶ୍ୱାସ ପାଇଁ ଶାହା କୃତଜ୍ଞତା ଜଣାଇଛନ୍ତି। ସେ ଏହି ଦାୟିତ୍ୱକୁ ଏକ ସୌଭାଗ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ଭାବେ ବର୍ଣ୍ଣନା କରିଛନ୍ତି। ଆଇସିସିର ଲକ୍ଷ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ କ୍ରିକେଟର ବିକାଶ ପାଇଁ ସେ ଏକ ସ୍ଥାୟୀ ଉତ୍ତରାଧିକାର ଛାଡିବାକୁ ଚାହାଁନ୍ତି ବୋଲି ପ୍ରକାଶ କରିଛନ୍ତି।

୨୦୨୪ ମସିହାରେ ଜୟ ଶାହା ମାତ୍ର ୩୬ ବର୍ଷ ବୟସରେ ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ଭାବେ ଇତିହାସ ରଚିଥିଲେ। ସେହି ବର୍ଷ ଅଗଷ୍ଟ ୨୭ ତାରିଖରେ ସେ ନିର୍ବାଚିତ ହୋଇଥିବା ବେଳେ ଡିସେମ୍ବର ୧ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କର ଏହି ଦ୍ୱିତୀୟ କାର୍ଯ୍ୟକାଳ ବିଶ୍ୱ କ୍ରିକେଟ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Leave A Reply

Your email address will not be published.