ନେଲୋର ଏବଂ ତୁନି ମଧ୍ୟରେ ଉପକୂଳ ଅତିକ୍ରମ କରିବା ବାତ୍ୟା: ଦକ୍ଷିଣ ଓଡିଶାରେ ହେବ ପ୍ରବଳ ବର୍ଷା
ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର ନେଲୋର (Nellore) ଏବଂ ତୁନି (Tuni) ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟା ‘ଆକଭାନ୍’ (Cyclone Akvan) ରୂପ ନେଇ ଆସନ୍ତା ନଭେମ୍ବର ୨୦ ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଏହା ଏକ ଅତି ଭୀଷଣ ବାତ୍ୟା (Very Severe Cyclonic Storm) ହୋଇ ସ୍ଥଳଭାଗ ଛୁଇଁବ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଆଜି (ନଭେମ୍ବର ୧୬) ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ନଭେମ୍ବର ୧୭ ତାରିଖରେ ଏହା ଭୀଷଣ ବାତ୍ୟାର ରୂପ ନେବ।ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର ନେଲୋର (Nellore) ଏବଂ ତୁନି (Tuni) ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବ। ଝଟକା ପବନ ଘଣ୍ଟାପ୍ରତି ୧୪୫ କିଲୋମିଟର ପର୍ଯ୍ୟନ୍ତ ବହିପାରେ।