thelifelinemedia
Latest Odisha News, Breaking News Today

ବିଗ୍ ବି- ଅମିତାଭ ବଚ୍ଚନଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା: ଚିରାଚରିତ ମଜାଲିଆ ଢଙ୍ଗରେ ‘ବଞ୍ଚିଗଲି’ ଲେଖିଛନ୍ତି

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ 'ଏକ୍ସ' (X) ରେ "ବଚ୍ ଗୟେ" (बच गए / ବଞ୍ଚିଗଲି) ଲେଖି ଏକ ରହସ୍ୟମୟ ପୋଷ୍ଟ ସେୟାର କରିଛନ୍ତି

ବ୍ୟୁରୋ:ବଲିଉଡର ମହାନାୟକ ବିଗ୍ ବି- ଅମିତାଭ ବଚ୍ଚନଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ବଢିଛି। ନିଜ ସୋସିଆଲ୍ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି କି, ‘ବଚ୍ ଗୟେ’। ନା ତା ଆଗକୁ କିଛି ଲେଖିଛନ୍ତି, ନା ଆଉ କିଛି ସ୍ପଷ୍ଟ କରିଛନ୍ତି। ନିଜ ଚିରାଚରିତ ମଜାଲିଆ ଢଙ୍ଗରେ ‘ବଞ୍ଚିଗଲି’ ଲେଖିଛନ୍ତି।ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ (X) ରେ “ବଚ୍ ଗୟେ” (बच गए / ବଞ୍ଚିଗଲି) ଲେଖି ଏକ ରହସ୍ୟମୟ ପୋଷ୍ଟ ସେୟାର କରିଛନ୍ତି। ମାତ୍ର ଦୁଇଟି ଶବ୍ଦର ଏହି ପୋଷ୍ଟଟି ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ଅନେକ କୌତୂହଳ ଓ ଚର୍ଚ୍ଚା ସୃଷ୍ଟି କରିଛି।

ନିକଟରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଦୁଇଜଣ ସନ୍ଦିଗ୍ଧ ସୁଟରଙ୍କୁ ଗିରଫ କରିଛି। ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲସା’ ବାହାରେ ଗୁଳିକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ରିପୋର୍ଟ ସାମ୍ନାକୁ ଆସିବା ପରେ ତାଙ୍କର ଏହି ପୋଷ୍ଟ ଆସିଛି।ଏହା ବ୍ୟତୀତ, ମୁମ୍ବାଇ ମେୟରଙ୍କୁ ମିଳିଥିବା ଏକ ବୋମା ଧମକ ଇମେଲରେ ମଧ୍ୟ ଅମିତାଭ ବଚ୍ଚନଙ୍କ ନାମ ରହିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.