ରାଷ୍ଟ୍ରପତିଙ୍କ ଗସ୍ତ ଦିନ ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେବନି ବାଲିଯାତ୍ରା ପଡ଼ିଆ
ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିବ ଅନ୍ତର୍ଜାତୀୟ ବୋଟ୍ ରେସ୍ । ସେହିପରି ନେଟଓ୍ବର୍କ ସମସ୍ୟା ଦୂର ପାଇଁ ମଧ୍ୟ କାମ ଚାଲିଛି । ତେବେ ବାଲିଯାତ୍ରାକୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପରେ ପୋଲିସ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି
ଏଥର ବାଲିଯାତ୍ରା ହେବ ସ୍ବତନ୍ତ୍ର । କାରଣ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିବ ଅନ୍ତର୍ଜାତୀୟ ବୋଟ୍ ରେସ୍ । ସେହିପରି ନେଟଓ୍ବର୍କ ସମସ୍ୟା ଦୂର ପାଇଁ ମଧ୍ୟ କାମ ଚାଲିଛି । ତେବେ ବାଲିଯାତ୍ରାକୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପରେ ପୋଲିସ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ଦିନ ବାଲିଯାତ୍ରା ପଡ଼ିଆକୁ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ କଟକଣା ରହିବ ନାହିଁ ।
ରାଷ୍ଟ୍ରପତିଙ୍କ ଗସ୍ତ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ଟ୍ରାଫିକ୍ ବ୍ୟବସ୍ଥା କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବାଲିଯାତ୍ରା ପଡ଼ିଆକୁ ସାଧାରଣ ଲୋକ ଆସିବା ପାଇଁ ବିକଳ୍ପ ରୁଟ୍ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବନ୍ଦୋବସ୍ତ ହେବ ।