thelifelinemedia
Latest Odisha News, Breaking News Today

ଦକ୍ଷିଣ ଓଡ଼ିଶା ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ୍ ଆକଳନ

ଓଡ଼ିଶାକୁ ମହାବିପଦ। ରିପୋର୍ଟରେ ଉଲ୍ଲେଖ ଅନୁସାରେ, NCMRWF, ECMWF ଏବଂ NCEP GFS ଭଳି ପାଣିପାଗ ମଡେଲ୍ଗୁଡ଼ିକ ବାତ୍ୟାର ଗତିପଥ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ରହିବା ନେଇ ଆକଳନ କରିଛନ୍ତି। ଏହି ମଡେଲ୍ ଆକଳନ ଅନୁସାରେ, ସିଷ୍ଟମ୍ଟି ଉପକୂଳ ନିକଟତର ହେବା ସମୟରେ କେନ୍ଦ୍ରୀୟ ବାୟୁଚାପ ୯୮୫ରୁ ୯୯୧ ହେକ୍ଟୋପାସ୍କାଲ୍ ମଧ୍ୟରେ ରହିପାରେ

ଭୁବନେଶ୍ୱର: ଭୟଙ୍କର ହେଉଛି ବଙ୍ଗୋପସାଗରରେ ସୃଷ୍ଟ ସିଷ୍ଟମ। ଆଉ ବାତ୍ୟା ନୁହେଁ, ହେବ ସିଭୟର ସାଇକ୍ଲୋନ । ଅଶାନ୍ତ ହୋଇଗଲାଣି ବଙ୍ଗୋପସାଗର। ବୁଲେଟିନ ଜାରି କରି ଓଡ଼ିଶାକୁ ଆଲର୍ଟ କରାଇଲା IMD। ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ। ହାଇଆଲର୍ଟରେ ରାଜ୍ୟ ସରକାର। ୧୬ ତାରିଖରେ ସମୁଦ୍ରରେ ନେବ ବାତ୍ୟାର ରୂପ। ଯେହେତୁ ଆଉ ଦୁଇ ଦିନ ସମୁଦ୍ରରେ ରହିବ, ତେଣୁ ଆହୁରି ଶକ୍ତିଶାଳୀ ହେବ ବାତ୍ୟା। ଅଧିକ ବଳୁଆ ହୋଇ ୧୮ ତାରିଖ ବେଳକୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଭୀଷଣ ବାତ୍ୟାର ରୂପ ନେବା ପରେ ପବନର ବେଗ ରହିବ ୮୫ରୁ ୯୫ କିମି । ଝଟକା ପବନର ବେଗ ରହିବ ୧୦୫ କିମି।

ଏହାରି ଭିତରେ ଯେଉଁ ଆନ୍ତର୍ଜାତୀୟ ମଡେଲର ଲାଟେଷ୍ଟ ଟ୍ରାକ୍ ଆସିଛି। ତାହା ଅତ୍ୟନ୍ତ ଚିନ୍ତାଜନକ। ଓଡ଼ିଶାକୁ ମହାବିପଦ। ରିପୋର୍ଟରେ ଉଲ୍ଲେଖ ଅନୁସାରେ, NCMRWF, ECMWF ଏବଂ NCEP GFS ଭଳି ପାଣିପାଗ ମଡେଲ୍ଗୁଡ଼ିକ ବାତ୍ୟାର ଗତିପଥ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ରହିବା ନେଇ ଆକଳନ କରିଛନ୍ତି। ଏହି ମଡେଲ୍ ଆକଳନ ଅନୁସାରେ, ସିଷ୍ଟମ୍ଟି ଉପକୂଳ ନିକଟତର ହେବା ସମୟରେ କେନ୍ଦ୍ରୀୟ ବାୟୁଚାପ ୯୮୫ରୁ ୯୯୧ ହେକ୍ଟୋପାସ୍କାଲ୍ ମଧ୍ୟରେ ରହିପାରେ।ବାତ୍ୟାର ଦକ୍ଷିଣ ଓଡ଼ିଶା ନିକଟରେ କରିପାରେ ବୋଲି ୟୁରୋପୀୟ ପାଣିପାଗ ମଡେଲ ECMWF ମଡେଲ ଆକଳନ କରିଛି।

Leave A Reply

Your email address will not be published.