ଗୁପ୍ଚୁପ୍ ବ୍ୟବସାୟୀଙ୍କ ଘରେ ଚଢ଼ାଉ: ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଗୁପ୍ଚୁପ୍କୁ ନଷ୍ଟ କଲା ସ୍ୱାସ୍ଥ୍ୟବିଭାଗ
ଏହା ପୂର୍ବରୁ ମଧ୍ୟ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ହାଇକୋର୍ଟ ଛକ ଓ ଚାନ୍ଦିନୀ ଚୌକ ଭଳି ଅଞ୍ଚଳରେ CMC ପକ୍ଷରୁ ଚଢ଼ାଉ କରାଯାଇ ବାସି ଓ ଅପମିଶ୍ରିତ ଖାଦ୍ୟ ନଷ୍ଟ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା
କଟକ: ଗୁପ୍ଚୁପ୍ ବ୍ୟବସାୟୀଙ୍କ ଘରେ KMC ସ୍ୱାସ୍ଥ୍ୟବିଭାଗର ଚଢ଼ାଉ ହୋଇଛି। ସହରର ୩ଟି ସ୍ଥାନରେ ୨୦ରୁ ଅଧିକ ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଗୁପ୍ଚୁପ୍କୁ ନଷ୍ଟ କଲା ସ୍ୱାସ୍ଥ୍ୟବିଭାଗ।କଟକ ମହାନଗର ନିଗମ (CMC) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକରେ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଗୁପଚୁପ୍ ଉପରେ ଅଚାନକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଗୁପଚୁପ୍ ଏବଂ କ୍ଷତିକାରକ କେମିକାଲ ରଙ୍ଗ ଜବତ କରାଯାଇଛି।
ଏହା ପୂର୍ବରୁ ମଧ୍ୟ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ହାଇକୋର୍ଟ ଛକ ଓ ଚାନ୍ଦିନୀ ଚୌକ ଭଳି ଅଞ୍ଚଳରେ CMC ପକ୍ଷରୁ ଚଢ଼ାଉ କରାଯାଇ ବାସି ଓ ଅପମିଶ୍ରିତ ଖାଦ୍ୟ ନଷ୍ଟ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା।