thelifelinemedia
Latest Odisha News, Breaking News Today

ଗୋପାଳପୁରରେ ହେବ ପ୍ରଥମ ସମୁଦ୍ର ଜଳରୁ ମଧୁର ଜଳ ପ୍ରସ୍ତୁତ ପ୍ରକଳ୍ପ

ସରକାରୀ ଓ ଘରୋଇ ସହଭାଗିତା (ପିପିପି) ପ୍ରକଳ୍ପ ପାଇଁ ଭିତ୍ତିଭୂମି ସମ୍ପର୍କିତ କ୍ଷମତାସମ୍ପନ୍ନ କମିଟି(ଇସିଆଇ)ର ୬୬ତମ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି

ଭୁବନେଶ୍ୱର: ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର ତଟରେ ରାଜ୍ୟର ପ୍ରଥମ ସମୁଦ୍ରରୁ ମଧୁର ଜଳ ପ୍ରସ୍ତୁତ ପ୍ରକଳ୍ପ (ଲବଣମୁକ୍ତ ଜଳ ପ୍ରକଳ୍ପ) ସରକାରୀ-ଘରୋଇ ସହଭାଗିତା ( ପିପିପି) ରେ ନିର୍ମାଣ ହେବ। ଏଥିପାଇଁ ଇଡକୋ, ଆଇଏଫସି ଏବଂ ପିପିପି ସେଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ସରକାରୀ ଓ ଘରୋଇ ସହଭାଗିତା (ପିପିପି) ପ୍ରକଳ୍ପ ପାଇଁ ଭିତ୍ତିଭୂମି ସମ୍ପର୍କିତ କ୍ଷମତାସମ୍ପନ୍ନ କମିଟି(ଇସିଆଇ)ର ୬୬ତମ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଆଇଏଫସିର ଦକ୍ଷିଣ ଏସିଆ ଅଞ୍ଚଳର ପିପିପି କାରବାର ପରାମର୍ଶ ସେବା ବିଭାଗର ପରିଚାଳକ କମଲ ଡୋରାବାୱିଲା ନିଜ ଅଭିଭାଷଣରେ କହିଥିଲେ, ଓଡ଼ିଶାକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ନିବେଶ ସୁଯୋଗର ଏକ ରଣନୈତିକ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ଆଇଏଫସିର ସମଗ୍ର ଟିମ୍ ଏକାଗ୍ରତାର ସହ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.