thelifelinemedia
Latest Odisha News, Breaking News Today

ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର:୯୨ ପଇସାରୁ ୧ ଟଙ୍କା ୧୮ ପଇସାକୁ ଅର୍ଡିନାରୀ ବସ୍ ଭଡ଼ା ବୃଦ୍ଧି

ନୂଆ ଭଡ଼ା ଓଡ଼ିଶା ଗେଜେଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ରାଜ୍ୟର ସମସ୍ତ ଷ୍ଟେଜ୍ କ୍ୟାରେଜ୍ (Stage Carriage) ବସ୍‌ଗୁଡ଼ିକରେ ଲାଗୁ ହେବ।ସହରାଞ୍ଚଳରେ ଚାଲୁଥିବା ଟାଉନ୍ ବସ୍ (Town Buses) ଗୁଡ଼ିକୁ ଏହି ଭଡ଼ା ବୃଦ୍ଧିରୁ ବାଦ୍ ଦିଆଯାଇଛି

ଭୁବନେଶ୍ୱର: ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର।୯୨ ପଇସାରୁ ୧ ଟଙ୍କା ୧୮ ପଇସାକୁ ଅର୍ଡିନାରୀ ବସ୍ ଭଡ଼ା ବୃଦ୍ଧି। ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୬ ପଇସାରୁ ୧ ଟଙ୍କା ୨୪ ପଇସାକୁ ବୃଦ୍ଧି ହୋଇଛି।ସେମି ଡିଲକ୍ସ ୧ ଟଙ୍କା ୩୦ ପଇସା, ଡିଲକ୍ସ ୧ ଟଙ୍କା ୪୧ ପଇସାକୁ ବୃଦ୍ଧିହୋଇଛି।ଏସି ଡିଲକ୍ସ ୧ ଟଙ୍କା ୯୯ ପଇସା, ସୁପର ପ୍ରିମିୟମ ୩ ଟଙ୍କା ୨୧ ପଇସାକୁ ବୃଦ୍ଧି ହୋଇଛି।ଡିଜେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସରକାର ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ (Commerce and Transport Department) ପକ୍ଷରୁ ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁଯାୟୀ, ଅର୍ଡିନାରୀଠାରୁ ଆରମ୍ଭ କରି ଏସି ସ୍ଲିପର ପର୍ଯ୍ୟନ୍ତ ସମସ୍ତ ବର୍ଗର ବସ୍ ପାଇଁ କିଲୋମିଟର ପିଛା ସର୍ବାଧିକ ଭଡ଼ା ପୁନଃନିର୍ଦ୍ଧାରଣ କରାଯାଇଛି।

ଏହି ନୂଆ ଭଡ଼ା ଓଡ଼ିଶା ଗେଜେଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ରାଜ୍ୟର ସମସ୍ତ ଷ୍ଟେଜ୍ କ୍ୟାରେଜ୍ (Stage Carriage) ବସ୍‌ଗୁଡ଼ିକରେ ଲାଗୁ ହେବ।ସହରାଞ୍ଚଳରେ ଚାଲୁଥିବା ଟାଉନ୍ ବସ୍ (Town Buses) ଗୁଡ଼ିକୁ ଏହି ଭଡ଼ା ବୃଦ୍ଧିରୁ ବାଦ୍ ଦିଆଯାଇଛି।

Leave A Reply

Your email address will not be published.