thelifelinemedia
Latest Odisha News, Breaking News Today

ବଲିଉଡ କଳାକାରଙ୍କ ପାଇଁ ଆଡଭାଇଜରୀ ଜାରି:ସାର୍ବଜନୀନ ସ୍ଥାନକୁ ଯିବା ପୂର୍ବରୁ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ପରାମର୍ଶ

ସେହିପରି କୌଣସି ଅଜଣା କାର୍ଯ୍ୟକ୍ରମ କିମ୍ବା ସାଧାରଣ ସମାବେଶରେ ଯୋଗ ଦେବା ସମୟରେ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ବ୍ୟୁରୋ:ବଲିଉଡ କଳାକାରଙ୍କ ପାଇଁ ଆଡଭାଇଜରୀ ଜାରି କଲା ପୋଲିସ। ସାର୍ବଜନୀନ ସ୍ଥାନକୁ ଯିବା ପୂର୍ବରୁ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ପରାମର୍ଶ।ମୁମ୍ବାଇ ପୋଲିସ ବଲିଉଡ କଳାକାରମାନଙ୍କ ପାଇଁ ଏକ ସ୍ପେଶାଲ ସେକ୍ୟୁରିଟି ଆଡଭାଇଜରି (Security Advisory) ଜାରି କରିଛି. ନିକଟରେ ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍ ଉପରକୁ ହୋଇଥିବା ଗୁଳିମାଡ଼ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ମିଳୁଥିବା କ୍ରମାଗତ ସୁରକ୍ଷା ଧମକକୁ ଦୃଷ୍ଟିରେ ରଖି ଏହି ସତର୍କତା ସୂଚନା ଜାରି କରାଯାଇଛି।ସର୍ବସାଧାରଣ ଲୋକ ଗହଳି ଥିବା ସ୍ଥାନ କିମ୍ବା ବଡ଼ ସଭା ସମିତିକୁ ନଯିବା ପାଇଁ କୁହାଯାଇଛି।ସର୍ବସାଧାରଣ ସ୍ଥାନରେ ପ୍ରଶଂସକ ବା ଫ୍ୟାନମାନଙ୍କ ସହ ସେଲଫି ନେବାକୁ ବାରଣ କରାଯାଇଛି।

ସେହିପରି କୌଣସି ଅଜଣା କାର୍ଯ୍ୟକ୍ରମ କିମ୍ବା ସାଧାରଣ ସମାବେଶରେ ଯୋଗ ଦେବା ସମୟରେ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅମିତାଭ ବଚ୍ଚନ ଏବଂ ସଲମାନ ଖାନଙ୍କ ଭଳି ଅନେକ ବଡ଼ ତାରକାଙ୍କ ଘର ବାହାରେ ସନ୍ଦିଗ୍ଧ ବ୍ୟକ୍ତି ନଜର ରଖିଥିବା ରିପୋର୍ଟ ସାମ୍ନାକୁ ଆସିବା ପରେ ପୋଲିସ ସେମାନଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି।

Leave A Reply

Your email address will not be published.