thelifelinemedia
Latest Odisha News, Breaking News Today

ବର୍ଷା-ଅନୁଭବ ବିବାଦ: ୨୦୨୭ ଜାନୁଆରି ୧୧ରେ ପରବର୍ତ୍ତୀ ଶୁଣାଣି, ରହିତାଦେଶ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ

ପୂର୍ବରୁ ୨୦୨୬, ଜୁନ ୧୫ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ ସଞ୍ଜୀବ ସଚ‌ଦେବାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବମହାନ୍ତି, ସୁଜିତ ଦଳାଇ, ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି

କଟକ: ଅଭିନେତ୍ରୀ ବ‌ର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଓ ଧମକ ଅଭିଯୋଗକୁ ନେଇ କଟକ ଜେଏମଏଫସି ଅଦାଲତରେ ବିଚାରାଧୀନ ମାମଲା ଉପରେ ରହିତାଦେଶ ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ୨୦୨୬, ଜାନୁଆରି ୩୦ର ରାୟକୁ ଚାଲେଞ୍ଜ କରି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅନ୍ୟ ଦୁଇଜଣ ଦାୟର କରିଥିବା ମାମଲାରେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ୨୦୨୭, ଜାନୁଆରି ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।

ପୂର୍ବରୁ ୨୦୨୬, ଜୁନ ୧୫ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ ସଞ୍ଜୀବ ସଚ‌ଦେବାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବମହାନ୍ତି, ସୁଜିତ ଦଳାଇ, ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.