କୋଟିପତି ଯନ୍ତ୍ରୀଙ୍କ ବେଲଗାମ ଲୁଟତରାଜ:ମୁଖ୍ୟମନ୍ତ୍ରୀ ଚୁପ୍
F2, K2 କାମ ହେଉ କି ସଦ୍ୟ ବନ୍ୟା ପାଇଁ ଆସିଥିବା ଶହ ଶହ କୋଟିର FDR କାମ ହେଉ ଅବା କୋଟି କୋଟି ଟଙ୍କାର ଫଲ୍ସ ବିଲ୍ ହେଉ ସବୁଥିରେ ଅଧିକ୍ଷଣ ଯନ୍ତ୍ରୀ ହିତେଶ ସାହୁଙ୍କ ଚଞ୍ଚକତା, କେଳେଙ୍କାରୀ ପଦାରେ ପଡ଼ିଛି। ଜୋର୍ ଯାର ମୂଲକ ତାର ନ୍ୟାୟରେ ବଳୀୟାନ ସାଜିଛନ୍ତି ହିତେଶ
ଭଦ୍ରକ:ଜଳସେଚନ ବିଭାଗ ସାରା ରାଜ୍ୟରେ ବେଶ୍ ଗୁରୁତ୍ୱ ରଖୁଥିବାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ବିଭାଗଟି ନିଜ ହେପାଜତରେ ରଖିଛନ୍ତି। ରାଜ୍ୟରେ ନଦ ନଦୀର ସୁରକ୍ଷା, ବନ୍ଧବାଡର ମରାମତି, ବନ୍ୟାଜଳର ମୁକାବିଲା, ଜଳସେଚନର ଭୂମିକା ଓ ପାଣି ପଂଚାୟତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ନେଇ ଗଠିତ ହୋଇଥିବା ଜଳସେଚନ ବିଭାଗର ସାଳନ୍ଦି କେନାଲ ଡ଼ିଭିଜନର ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅନିୟମିତତା, ଭ୍ରଷ୍ଟାଚାର ଓ ସାଳନ୍ଦିରେ ଆସିଥିବା ବନ୍ୟାର କୁ ପରିଚାଳନା ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶାର ଚିତ୍ର କାହାକୁ ଅଛପା ନାହିଁ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ବିଭାଗର ଅସଫଳତା ଓ ଭ୍ରଷ୍ଟାଚାର ବେକ ପର୍ଯ୍ୟନ୍ତ ବୁଡ଼ି ରହିଥିବା ଅଫିସରମାନଙ୍କ ବନ୍ୟା ନିୟନ୍ତ୍ରଣ ନାଁରେ ରାଜକୋଷରୁ ହରିଲୁଟ , ଠିକାଦାରଙ୍କ ସହିତ ମଦ ଆସର ଓ ନଗ୍ନନାଚ ଅମଲାତନ୍ତ୍ର ବ୍ୟବସ୍ଥାକୁ ଉପହାସ କରୁଛି। ଏହି ପୂରା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି।
ପ୍ରକାଶ ଥାଉ କି, ସାଳନ୍ଦି କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ହିତେଶ ସାହୁଙ୍କ ବାପା ଭାସ୍କର ସାହୁ ନିଜକୁ ଜଣେ ଆଗଧାଡ଼ିର ବିଜେପି ନେତା ବୋଲାଇ ପୂରା ସାଳନ୍ଦି କେନାଲ ଉପରେ ନିଜ ପତିଆରା ଦେଖାଇ ଆସୁଛନ୍ତି। କଥା ଏତିକିରେ ସରିନାହିଁ, ବାପା ପୁଅ ସହ ଠିକାଦାରଙ୍କ ରାଜଜୋଟକ ପଡ଼ିଛି। F2, K2 କାମ ହେଉ କି ସଦ୍ୟ ବନ୍ୟା ପାଇଁ ଆସିଥିବା ଶହ ଶହ କୋଟିର FDR କାମ ହେଉ ଅବା କୋଟି କୋଟି ଟଙ୍କାର ଫଲ୍ସ ବିଲ୍ ହେଉ ସବୁଥିରେ ଅଧିକ୍ଷଣ ଯନ୍ତ୍ରୀ ହିତେଶ ସାହୁଙ୍କ ଚଞ୍ଚକତା, କେଳେଙ୍କାରୀ ପଦାରେ ପଡ଼ିଛି। ଜୋର୍ ଯାର ମୂଲକ ତାର ନ୍ୟାୟରେ ବଳୀୟାନ ସାଜିଛନ୍ତି ହିତେଶ। ତେଣୁ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରି ତୁରନ୍ତ ଆକ୍ସନ ନେବାକୁ ସବୁ ମହଲରେ ଦାବି ହେଉଛି।