ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନକୁ ନେଇ ହେରଫେର:୧୭ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ,ପୁରୀ ସଦର ବ୍ଲକରୁ ଆସିଲା ଖବର
ଅଭିଯୋଗ ଅନୁସାରେ, ଭତ୍ତା ବଣ୍ଟନରେ ଆର୍ଥିକ ଅନିୟମିତତାକୁ ନେଇ ବିବାଦ ତୀବ୍ର ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମହିଳା ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଅଟକ ରଖିଥିବା ଅଭିଯୋଗ ହୋଇଛି
ପୁରୀ : ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନକୁ ନେଇ ହେରଫେର ଅଭିଯୋଗ।ପୁରୀ ସଦର ବ୍ଲକ ଅନ୍ତର୍ଗତ କେରାଣ୍ଡିପୁର ଗ୍ରାମ ପଞ୍ଚାୟତରୁ ଆସିଛି ଅଭିଯୋଗ। ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନକୁ ନେଇ ପ୍ରାୟ ୧୭ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ଉଠିଛି। ଏହି ଅଭିଯୋଗକୁ କେନ୍ଦ୍ର କରି ପଞ୍ଚାୟତର ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନୟନୀ ପ୍ରଧାନ ଓ ସରପଞ୍ଚଙ୍କ ପ୍ରତିନିଧି ଟୁଲୁ ପ୍ରଧାନ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି।
ଅଭିଯୋଗ ଅନୁସାରେ, ଭତ୍ତା ବଣ୍ଟନରେ ଆର୍ଥିକ ଅନିୟମିତତାକୁ ନେଇ ବିବାଦ ତୀବ୍ର ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମହିଳା ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଅଟକ ରଖିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ବାର୍ଦ୍ଧକ୍ୟ ଭତ୍ତା ଅସହାୟ ଓ ବୟସ୍କ ହିତାଧିକାରୀଙ୍କ ଜୀବନଧାରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହାୟତା। ତେଣୁ ଏହି ଯୋଜନାରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଆଗକୁ ଏ ଦିଗରେ ପ୍ରଶାସନ କିଭଳି ଆକ୍ସନ ନେଉଛି ତାହା ଦେଖିବାକୁ ବାକି ରହିଲା।