୨୨ କିମି ବେଗରେ ଆଗକୁ ବଢୁଛି ଗଭୀର ଅବପାତ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ମାଡିଆସୁଛି ବାତ୍ୟା ମରାସୁ
ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ବନ୍ୟା ଫଳରେ ଆଜି ନିଖୋଜଙ୍କୁ ଖୋଜିବାକୁ ଯିବ ହେଲିକପ୍ଟର। ଭୂସ୍ଖଳନ ସ୍ଥଳକୁ ଯିବ ନୌସେନାର ହେଲିକପ୍ଟର। କନ୍ଧମାଳ ଗିଡ଼ିପାବଲିରେ ନିଖୋଜ ବ୍ୟକ୍ତିଙ୍କ ଚାଲିଛି ଖୋଜା
ଭୁବନେଶ୍ୱର: ପୁଣି ମାଡ଼ି ଆସୁଛି ବାତ୍ୟା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରୀୟ ଅବପାତ ଧୀରେ ଧୀରେ ଘନୀଭୂତ ହେଉଛି। ବିଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଆଗକୁ ବଢୁଛି ଅବପାତ। ଚେନ୍ନାଇରୁ ୮୩୦ କିମି, ବିଶଖାପଟ୍ଟନମରୁ ୮୮୦ କିମି ଦୂରରେ ଅବପାତ ରହିଛି। ଆଜି ବାତ୍ୟା ଓ କାଲି ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା। ୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା। ଯାହା କୁହାଯାଉଛି ଆନ୍ଧ୍ରପ୍ରଦେଶ ନେଲୁର ଏବଂ ନରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନ ବେଗ ୧୦୦ ରୁ ୧୧୦କିମି ରହିବ । ସେହିପରି ଝଟକା ପବନ ୧୨୦କିମି ରହିପାରେ।
ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ବନ୍ୟା ଫଳରେ ଆଜି ନିଖୋଜଙ୍କୁ ଖୋଜିବାକୁ ଯିବ ହେଲିକପ୍ଟର। ଭୂସ୍ଖଳନ ସ୍ଥଳକୁ ଯିବ ନୌସେନାର ହେଲିକପ୍ଟର। କନ୍ଧମାଳ ଗିଡ଼ିପାବଲିରେ ନିଖୋଜ ବ୍ୟକ୍ତିଙ୍କ ଚାଲିଛି ଖୋଜା। ଲାଇଫ୍ ଡିଟେକ୍ସନ୍ ୟୁନିଟ୍, ଭାଇବ୍ରେସନ୍ ଡିଟେକ୍ସନ୍ ୟୁନିଟ୍ ସାମିଲ୍ ହୋଇଛି ଏହି ସ୍ୱତନ୍ତ୍ର ଅଭିଯାନରେ।