ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କଲା ରେଳ ବିଭାଗ
ବାତ୍ୟାର ମୁକାବିଲା ପାଇଁ ଗୁଣୁପୁରରେ ପହଞ୍ଚିଛନ୍ତି ଓଡ୍ରାଫ୍ ଟିମ୍।ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମୋଟର ଲଞ୍ଚ ଯାତାୟାତ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କରିଛି ପୂର୍ବତଟ ରେଲୱେ। ରାୟଗଡ଼ା ଯାଏଁ ଯିବାଆସିବା କରିବ ହୀରାଖଣ୍ଡ ଏକ୍ସପ୍ରେସ୍ଭୁବନେଶ୍ୱର-ସିକନ୍ଦରାବାଦ ଏକ୍ସପ୍ରେସ୍ ୨୯ ତାରିଖ ଯାଏଁ ବାତିଲ ହୋଇଛି।ଭୁବନେଶ୍ୱର-ପୁଣେ ସାପ୍ତାହିକ ଏକ୍ସପ୍ରେସ ଆଜି ପାଇଁ ବାତିଲ୍। ୨୮ ତାରିଖରେ ରାୟଗଡ଼-ଗୁଣ୍ଟୁର ଏକ୍ସପ୍ରେସ ବାତିଲ୍। ସେହିପରି ୩୧ ତାରିଖ ଯାଏଁ କୋରାପୁଟ- ବିଶାଖାପାଟଣା ଏକ୍ସପ୍ରେସ୍ ବାତିଲ ହୋଇଛି। କୋରାପୁଟ- ବିଶାଖାପାଟଣା ପାସେଞ୍ଜର ୩୧ ଯାଏଁ ବାତିଲ୍ କରାଯାଇଛି। ରାଉରକେଲା- ଜଗଦଳପୁର ଏକ୍ସପ୍ରେସ୍ ୨୯ରୁ ୪ଯାଏଁ ବାତିଲ୍ ହୋଇଛି।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢ଼ୁଥିବା ବେଳେ ରାୟଗଡା ଜିଲ୍ଲା ଗୁଣୁପୁରରେ ଜୋରଦାର ପ୍ରସ୍ତୁଚି ଚାଲିଛି । ବାତ୍ୟାର ମୁକାବିଲା ପାଇଁ ଗୁଣୁପୁରରେ ପହଞ୍ଚିଛନ୍ତି ଓଡ୍ରାଫ୍ ଟିମ୍।ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମୋଟର ଲଞ୍ଚ ଯାତାୟାତ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ବାତ୍ୟା ସମୟରେ ପ୍ରବଳ ପବନ ଓ ଖରାପ ପାଗ ଯୋଗୁଁ ଜଳପଥରେ ଯାତାୟାତ ବିପଦପୂର୍ଣ୍ଣ ହେବାର ଆଶଙ୍କା ରହିଛି।