ମୁଖ୍ଯମନ୍ତ୍ରୀଙ୍କ ଜଳ ସମ୍ପଦ ବିଭାଗ ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନରେ ମହା ଦୁର୍ନୀତି: ବାପା ଓ ଦୁଇ ପୁଅଙ୍କ କଳାକାରନାମାର ପର୍ଦ୍ଦାଫାସ, କବଜାରେ ଭଦ୍ରକ ସାଳନ୍ଦି କେନାଲ ଡିଭିଜନ
ଡିପାର୍ଟମେଣ୍ଟ ଅଡିଟ ହେଲେ ବାପା ପୁଅଙ୍କ ଅଡୁଆ ବଢ଼ିପାରେ। ଏମିତିକି ସରକାରୀ ରାଜକୋଷରୁ ଟଙ୍କା ହରିଲୁଟ ଅଭିଯୋଗରେ ଜେଲ ମଧ୍ଯ ଏମାନେ ଯାଇପାରନ୍ତି। ଯଦି ଆଗକୁ ହିତେଶଙ୍କୁ ଚାକିରିରୁ ବହିଷ୍କୃତ କରାନଯାଏ ବା ବଦଳି ନ କରାଯାଏ ତାହା ହେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଲନର ଚେତାବନୀ ଦିଆଯାଇଛି
ଭଦ୍ରକ:ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ସୁପରିଟେଣ୍ଡେଣ୍ଟ ହିତେଶ କୁମାର ସାହୁ ସାଳନ୍ଦୀ କେନାଲ ଡିଭିଜନରେ ଟେଣ୍ଡର ଫିକ୍ସିଂ କରୁଛନ୍ତି ତାଙ୍କ ବାପା ଜଣେ ରାଜନେତା ଭାସ୍କର ଚଦ୍ର ସାହୁ ପୁଅର ଅଫିସରେ ରହି ଅଘୋଷିତ ଭାବେ ଅଫିସ କାମ କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରଂଭ ହୋଇଛି। ଯାହାର ଉଦାହରସ୍ୱରୂପ ସ୍ପ୍ଲିଟ ଅପ୍ 500000 କାମ 1ଲକ୍ଷ ଟଙ୍କା ନେଇ ବଣ୍ଟନ କରିଛନ୍ତି। ଏହି ହେରେଫର ଲାଇଫ ଲାଇନ୍ ମିଡ଼ିଆରେ ଖବର ପ୍ରକାଶିତ ହେଲା ପରେ ବାପ ପୁଅ ଯୋଡ଼ିଙ୍କ କେଳେଙ୍କାରୀ ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ ହିତେଶଙ୍କ ବଡ ଭାଇ ସନ୍ତୋଷ ବିନା ଟେଣ୍ଡରରେ କୋଟିକୋଟି ଟଙ୍କାର ଫଲ୍ସ ବିଲ୍ କରି ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଆହୁରି ମଧ୍ୟ ସରକାର ନିର୍ଦେଶ ଥିବା ସତ୍ତ୍ୱେ ଜଣେ ଗ୍ରୁପ୍ ଏ ଅଧିକାରୀ ନିଜ ଜିଲ୍ଲାରେ ପୋଷ୍ଟିଙ୍ଗ ହେବା କଥା ନୁହେଁ। କିନ୍ତୁ ଏହା ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନରେ ଦେଖିବାକୁ ମିଳିଛି। ହିତେଶ ସାହୁଙ୍କ ଘର ଭଦ୍ରକ ଜିଲ୍ଲା। କିନ୍ତୁ ନିଜ ଜିଲ୍ଲାରେ କେମିତି ହିତେଶ ସାହୁ ପୋଷ୍ଟିଙ୍ଗ ପାଇଲେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି। ବିଗତ ଦିନରେ ପଂଚାୟତ ସମିତି ଅଧ୍ୟକ୍ଷ ଥିବା ହିତେଶ ସାହୁଙ୍କ ବାପା ଦଳ ବଦଳି ପରଠାରୁ ସରକାରୀ ଦଳ ତରଫରୁ ବିଧାୟକଙ୍କ ପ୍ରତିନିଧିଭାବେ ପତିଆରା ଦେଖାଉଛନ୍ତି। ସାଳନ୍ଦୀ କେନାଲ ଡିଭିଜନର ବିଭିନ୍ନ ନିଷ୍ପତ୍ତି ଉପରେ ସର୍ବେ ସର୍ବା ହୋଇଛନ୍ତି ହିତେଶଙ୍କ ବାପା। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ହିତେଶଙ୍କ ବଡ ଭାଇ ବିନା ଟେଣ୍ଡରରେ କୋଟି କୋଟି ହରିଲୁଟ କରୁଛନ୍ତି।
ଡିପାର୍ଟମେଣ୍ଟ ଅଡିଟ ହେଲେ ବାପା ପୁଅଙ୍କ ଅଡୁଆ ବଢ଼ିପାରେ। ଏମିତିକି ସରକାରୀ ରାଜକୋଷରୁ ଟଙ୍କା ହରିଲୁଟ ଅଭିଯୋଗରେ ଜେଲ ମଧ୍ଯ ଏମାନେ ଯାଇପାରନ୍ତି। ଯଦି ଆଗକୁ ହିତେଶଙ୍କୁ ଚାକିରିରୁ ବହିଷ୍କୃତ କରାନଯାଏ ବା ବଦଳି ନ କରାଯାଏ ତାହା ହେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଲନର ଚେତାବନୀ ଦିଆଯାଇଛି। ଏମିତି ଅଫିସ୍ ଘେରାଓ କରିବାକୁ ଚେତାବନୀ ଦେଇଛି କଂଗ୍ରେସ।