ସାଳନ୍ଦୀ ଜଳସେଚନ: ବାପା ପୁଅଙ୍କ କେଳେଙ୍କାରୀ, ଆଇବି ପାଲଟିଛି ରଙ୍ଗଶାଳା, ଧରାପଡ଼ିଲା ବାବୁଙ୍କ କାରନାମା: କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ଲୋକେ, ନଚେତ୍ ଅଫିସ ଘେରାଉ ଚେତାବନୀ
ବାବୁଙ୍କ କେଳେଙ୍କାରୀ ସାମ୍ନାକୁ ଆସିଛି। ମଦର ଆସର ଜମିଛି ଆଇବିରେ। ଏମିତିକି ଏଠାରେ ଝିଅ ବ୍ୟବସାୟ ଚାଲିଛି ବୋଲି ସଙ୍ଗୀନ ଅଭିଯୋଗ ଆସିଛି। ଏ ସବୁ କାମ ଜେଇ ହିତେଶ ବାବୁଙ୍କ ନିର୍ଦେଶରେ ଚାଲିଛି
ଭଦ୍ରକ: ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳସେଚନ ବିଭାଗକୁ ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁପରିଟେଣ୍ଡେଟ ଇଞ୍ଜିନିୟର ବା ବିଭାଗର ମୁଖ୍ୟଯନ୍ତ୍ରୀ ହିତେଶ ସାହୁଙ୍କ ବାପା ତଥା ଭଦ୍ରକ ବ୍ଲକର ପୁର୍ବତନ ଅଧକ୍ଷ ଭାସ୍କର ଚନ୍ଦ୍ର ସାହୁ ବର୍ତ୍ତମାନ ଏସଇଙ୍କ ଚିଠା ବଣ୍ଟନ କରୁଛନ୍ତି। ସ୍ପିଲ୍ଟ ଅଫ କାମ ହେଉ ବା ଟେଣ୍ଡର ଫିକ୍ସିଙ୍ଗ କଥାରେ ସବୁଥିରେ ତାଙ୍କ ବାପା ମୁଣ୍ଡ ଖେଳାଉଛନ୍ତି। ବାବୁ ଭାସ୍କର କୁଆଡେ ବିଜେପି ନେତା କହି ପୁଅ ସାଙ୍ଗେ ମିଶି ଟେଣ୍ଡର ଫିକ୍ସିଙ୍ଗ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ, ଆଉ ଜଣେ ପୁଅକୁ ସେହି କାମରେ ଠିକା କାମ କରୁଛନ୍ତି। ବାପା ପୁଅ ଯୋଡ଼ିଙ୍କ ଏହି କେଳେଙ୍କାରୀ ପର୍ଦାଫାଶ ହୋଇଛି। ଏହି କାମକୁ ସମ୍ପୂର୍ଣ୍ଣ ମୁଣ୍ଡି ମାରିବାକୁ ସାଥିରେ ରହିଛନ୍ତି ଜେଇ ସ୍ୱାଧୀନ ସେଠି ଓ ରମେଶ ନାୟକ। ପ୍ରଥମେ ଜେଇ ରମେଶକୁ ନେଲେ ଜେଇ ଡିଭିଜନ ଥିବା ଆଇବି ଦାୟିତ୍ୱ ଏବଂ ଜେଇ ସ୍ୱାଧୀନ ସେଠୀଙ୍କୁ ନେଲେ ଆଇବି ସଂଚାଳନ ଦାୟିତ୍ୱ। ହେଲେ ଦୁଇ ବାବୁଙ୍କ କେଳେଙ୍କାରୀ ସାମ୍ନାକୁ ଆସିଛି। ମଦର ଆସର ଜମିଛି ଆଇବିରେ। ଏମିତିକି ଏଠାରେ ଝିଅ ବ୍ୟବସାୟ ଚାଲିଛି ବୋଲି ସଙ୍ଗୀନ ଅଭିଯୋଗ ଆସିଛି। ଏ ସବୁ କାମ ଜେଇ ହିତେଶ ବାବୁଙ୍କ ନିର୍ଦେଶରେ ଚାଲିଛି। ସ୍ଥାନୀୟ ବିଜେପି ନେତାଙ୍କୁ ଖୁସି କରିବାକୁ ଯାଇ ଆଇବି ପାଲଟିଛି ରଙ୍ଗଶାଳା।
ଜେଇ ହିତେଶ ବାବୁଙ୍କ ବିରୋଧରେ ତେଜିଲାଣି ଅସନ୍ତୋଷ। ତୁରନ୍ତ e ଦିଗରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲେଣି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ। ଯଦି ଏ ଦିଗରେ ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ ନ କରେ ସଂପୃକ୍ତ ଜେଇଙ୍କ ବିରୁଦ୍ଧରେ ବିଭାଗୀୟ ଆକ୍ସନ ନିଆ ନ ଯାଏ ତେବେ ଖୁବ ଶୀଘ୍ର ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।