CJPକୁ ସମର୍ଥନ: ନବୀନଙ୍କୁ ମନମୋହନଙ୍କ ଟାର୍ଗେଟ୍, ତେଜିଲା ରାଜନୀତି
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ରୋକ୍ରୋଚ୍ ଜନତା ପାର୍ଟି (CJP) ର ଦୁଇ ଗିରଫ ନେତାଙ୍କ ସପକ୍ଷରେ ବଡ଼ ବୟାନ ଦେଇଛନ୍ତି
ଭୁବନେଶ୍ୱର: ସିଜେପିକୁ ବିରୋଧୀ ଦଳ ନେତା ନବୀନଙ୍କ ସମର୍ଥନ ପ୍ରସଙ୍ଗ ନେଇ ତେଜିଛି ରାଜ୍ୟ ରାଜନୀତି। କଡ଼ା ଭାଷାରେ ନବୀନଙ୍କୁ ସମାଲୋଚନା କଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ। କହିଛନ୍ତି, ଦିଗ ହରା ହୋଇ ଦିଶା ହୀନ ଭାବେ ବୁଲୁଛନ୍ତି ବିରୋଧୀ ଦଳ ନେତା। କେତେବେଳେ କେଉଁ ପ୍ରସଙ୍ଗ ଉଠାଇବେ ଜାଣି ପାରୁନାହାନ୍ତି। କିଛି ଆତ୍ମଘୋଷିତ ନେତା ଦେଶ ସ୍ୱାର୍ଥଠାରୁ ନିଜ ସ୍ୱାର୍ଥକୁ ଅଧିକ ଭାବୁଛନ୍ତି। ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନକୁ ହଜମ କରିବେନି ରାଜ୍ୟବାସୀ ଏ କଥା କହି ନବୀନଙ୍କୁ ଟାର୍ଗେଟ କରି କଟାକ୍ଷ କରିଛନ୍ତି ମନମୋହନ ସାମଲ। ଦେଶରେ ରହି ଦେଶ ବିରୋଧରେ କହିଲେ କେହି ହଜମ କରିବେ ନାହିଁ କିଛି ଆତ୍ମଘୋଷିତ ନେତା ଦେଶ ସ୍ୱାର୍ଥଠାରୁ ନିଜ ସ୍ୱାର୍ଥକୁ ଅଧିକ ଭାବୁଛନ୍ତି।
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ରୋକ୍ରୋଚ୍ ଜନତା ପାର୍ଟି (CJP) ର ଦୁଇ ଗିରଫ ନେତାଙ୍କ ସପକ୍ଷରେ ବଡ଼ ବୟାନ ଦେଇଛନ୍ତି । ସେ CJP ସହ-ସଂଯୋଜକ ଆଶୁତୋଷ ରାଙ୍କା ଏବଂ ମୁଖପାତ୍ର ସୌରଭ ଦାସଙ୍କୁ ତୁରନ୍ତ ନ୍ୟାୟିକ ହେପାଜତରୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି ।ଦେଶର ଯୁବପିଢ଼ି ଯେପରି ଆଇନର ଶାସନ ଓ ସାମ୍ବିଧାନିକ ଅଧିକାର ଉପରୁ ଆସ୍ଥା ନହରାନ୍ତି, ସେଥିପାଇଁ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଏହାର ତୁରନ୍ତ ସମୀକ୍ଷା କରିବା ଦରକାର ବୋଲି ସେ ଟ୍ୱିଟ୍ କରିଛନ୍ତି ।ଯାହାକୁ ନେଇ ତେଜିଛି ରାଜ୍ୟ ରାଜନୀତି।