ରାସାୟନିକ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ହେଵ ଆହୁରି ଅଧିକ ସୁଦୃଢ଼
ଓଡ଼ିଶାର ଶିଳ୍ପଗତ ସାମର୍ଥ୍ୟ, ନିବେଶ ପାଇଁ ପ୍ରସ୍ତୁତ ଭିତ୍ତିଭୂମି, ପ୍ରଗତିଶୀଳ ଶିଳ୍ପନୀତି ଏବଂ ରାସାୟନିକ ଓ ପେଟ୍ରୋକେମିକାଲ୍ ଉତ୍ପାଦନ କ୍ଷେତ୍ରରେ ବିକଶିତ ହେଉଥିବା ଶିଳ୍ପ ପରିବେଶକୁ ପ୍ରମୁଖତା ଦିଆଯିବ
ଭୁବନେଶ୍ୱର: ରାସାୟନିକ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ଓଡିଶା ହେଵ ଆହୁରି ସଶକ୍ତ। ଆସିବ ପୁଞ୍ଜି ନିବେଶ। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନ ଏବଂ ମାନ୍ୟବର କେନ୍ଦ୍ର ରସାୟନ ଓ ସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସିଇଓ ରାଉଣ୍ଡଟେବୁଲ୍ରେ ଯୋଗଦେବେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂତନ ନିବେଶ ଆକର୍ଷଣ କରିବା ଏବଂ ରାସାୟନିକ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଅଧିକ ସୁଦୃଢ଼ କରିବା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପଗତ ସାମର୍ଥ୍ୟ, ନିବେଶ ପାଇଁ ପ୍ରସ୍ତୁତ ଭିତ୍ତିଭୂମି, ପ୍ରଗତିଶୀଳ ଶିଳ୍ପନୀତି ଏବଂ ରାସାୟନିକ ଓ ପେଟ୍ରୋକେମିକାଲ୍ ଉତ୍ପାଦନ କ୍ଷେତ୍ରରେ ବିକଶିତ ହେଉଥିବା ଶିଳ୍ପ ପରିବେଶକୁ ପ୍ରମୁଖତା ଦିଆଯିବ। ଶିଳ୍ପ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷଙ୍କ ସହ ସିଧାସଳଖ ଆଲୋଚନା, ନୂତନ ନିବେଶ ସୁଯୋଗର ଉପସ୍ଥାପନା ଏବଂ ରାଜ୍ୟର ପରବର୍ତ୍ତୀ ପର୍ଯ୍ୟାୟ ଶିଳ୍ପ ବିକାଶ ପାଇଁ ସହଭାଗିତା ସ୍ଥାପନ ନିମନ୍ତେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ।