thelifelinemedia
Latest Odisha News, Breaking News Today

ଟାଇଗର ଶ୍ରଫ୍‌ଙ୍କ ଉପରକୁ ଗୁଳିମାଡ଼ ଘଟଣା:ମୁହଁ ଖୋଲିଲେ ମନୋଜ ବାଜପେୟୀ 

ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଅନିଲ ପଣ୍ଡିତଙ୍କ ସହ ଯୋଗାଯୋଗରେ ଥିଲେ। ପଣ୍ଡିତ ଆମେରିକାରୁ ଗ୍ୟାଙ୍ଗର କାର୍ଯ୍ୟକଳାପ ପରିଚାଳନା କରୁଥିବାବେଳେ ଏକ ଅଡିଓ ବାର୍ତ୍ତାରେ ଟାଇଗରଙ୍କ ଉପରେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛନ୍ତି

ମୁମ୍ବାଇ:ଟାଇଗର ଶ୍ରଫ୍‌ଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ କହିଛନ୍ତି, ଗୁଳିମାଡ଼ ଘଟଣା ଅତ୍ୟନ୍ତ ଦୁଃଖଦ ଓ ଭୟଭୀତ କରିବା ଭଳି। ଏହା ଆଇନଶୃଙ୍ଖଳା ସହ ଜଡ଼ିତ ମାମଲା ହୋଇଥିବାରୁ ପୋଲିସ ତଦନ୍ତ ଉପରେ ଭରସା ରଖିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବା ଉଚିତ ।

ମୁମ୍ବାଇରେ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାରେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ସେଲ୍‌ ଦୁଇଜଣ ମହିଳାଙ୍କ ସମେତ 10 ଜଣଙ୍କୁ ଗିରଫ କରିଛି। ସୂତ୍ର ଅନୁସାରେ, ଏହି ଚାରିଜଣ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ଏକ ମଡ୍ୟୁଲର ଅଂଶ ଥିଲେ ଓ ରବିବାର ସନ୍ଧ୍ୟାରେ ଅଭିନେତାଙ୍କ କାର୍‌ ଉପରେ ଗୁଳି ଚଳାଇଥିବା ଅଭିଯୁକ୍ତମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା।

ଗିରଫ ଅଭିଯୁକ୍ତମାନେ କୁନାଲ, ସୁମିତ୍‌, ରାଧା ଓ ବବିତା ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ୧୯ରୁ ୨୩ ମଧ୍ୟରେ ହେବ। କୁନାଲ ଓ ସୁମିତ୍‌ ହରିୟାଣାର ସୋନିପତ୍‌ର ହୋଇଥିବାବେଳେ ରାଧା ଓ ବବିତା ଉତ୍ତର ପ୍ରଦେଶର ବାସିନ୍ଦା । ତଦନ୍ତକାରୀଙ୍କ ଅନୁଯାୟୀ, ଅନ୍ୟ ଏକ ମାମଲାରେ ଜାମିନରେ ମୁକୁଳିଥିବା କୁନାଲ ଅଭିନେତାଙ୍କ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଅନିଲ ପଣ୍ଡିତଙ୍କ ସହ ଯୋଗାଯୋଗରେ ଥିଲେ। ପଣ୍ଡିତ ଆମେରିକାରୁ ଗ୍ୟାଙ୍ଗର କାର୍ଯ୍ୟକଳାପ ପରିଚାଳନା କରୁଥିବାବେଳେ ଏକ ଅଡିଓ ବାର୍ତ୍ତାରେ ଟାଇଗରଙ୍କ ଉପରେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.