thelifelinemedia
Latest Odisha News, Breaking News Today

ଟାଇଗର ଶ୍ରଫ୍ ଫାୟାରିଂ ମାମଲାରେ ନୂଆ ଖୁଲାସା:ଡେଡ୍ ଲେଟର ବକ୍ସ’ ମାଧ୍ୟମରେ ବନ୍ଧୁକ ଯୋଗାଣ

୧୮ ଅକ୍ଟୋବର ୨୦୨୬ ଅର୍ଥାତ୍ ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ଫୁଟବଲ୍ ଗ୍ରାଉଣ୍ଡରୁ ବାହାରିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଟାର୍ଗେଟ୍ କରି ୫ ରାଉଣ୍ଡ ଗୁଳିମାଡ଼ କରିଥିଲେ

ମୁମ୍ବାଇ:ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଯୋଗାଇଥିବା ସିଣ୍ଡିକେଟ୍‌କୁ ନେଇ ବଡ଼ ଖୁଲାସା ହୋଇଛି। ଡେଡ୍ ଲେଟର ବକ୍ସ’ ମାଧ୍ୟମରେ ବନ୍ଧୁକ ଯୋଗାଣ ହୋଇଥିବା ସୂଚନା ମିଳିଛି। ପଞ୍ଜାବ ଅମୃତସରର ଏକ ସ୍ଥାନରେ ବନ୍ଧୁକ ରଖାଯାଇଥିବା ସୂତ୍ରରୁ ସୂଚନା ମିଳିଛି। ଡେଡ୍ ଲେଟର ବକ୍ସ’ ଜରିଆରେ ଆଗରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅସ୍ତ୍ର ରଖାଯାଇଥାଏ।ପରେ ଅନ୍ୟ ବ୍ୟକ୍ତି ଆସି ଏହାକୁ ସଂଗ୍ରହ କରିଥାନ୍ତି। ମାମଲାରେ ଆଉ ୪ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌

୧୮ ଅକ୍ଟୋବର ୨୦୨୬ ଅର୍ଥାତ୍ ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ଫୁଟବଲ୍ ଗ୍ରାଉଣ୍ଡରୁ ବାହାରିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଟାର୍ଗେଟ୍ କରି ୫ ରାଉଣ୍ଡ ଗୁଳିମାଡ଼ କରିଥିଲେ ।ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ହାତ ଥିବା ସନ୍ଦେହ କରାଯାଉଛି।ମୁମ୍ବାଇ ପୋଲିସ ଓ ଅନ୍ୟ ରାଜ୍ୟର ପୋଲିସ ମିଶି ହରିଆଣା, ରାଜସ୍ଥାନ ଓ ଗୁଜରାଟ ଆଦି ସ୍ଥାନରୁ କିଛି ଅଭିଯୁକ୍ତ ଓ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା ଚଳାଇଛନ୍ତି।

Leave A Reply

Your email address will not be published.