thelifelinemedia
Latest Odisha News, Breaking News Today

“ଓଡ଼ିଶାରେ ନୂଆ ଶିଳ୍ପ, ନୂଆ ନିଯୁକ୍ତିର ଆଶା; ଇଣ୍ଡିଆ କେମ୍ ୨୦୨୬ରେ ନିବେଶକଙ୍କୁ ଆକର୍ଷିତ କରିବ ଓଡ଼ିଶା”

ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଓ ପ୍ରାକୃତିକ ସମ୍ପଦ ରାଜ୍ୟକୁ ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ ପାଇଁ ଏକ ଆକର୍ଷଣୀୟ ନିବେଶ ଗନ୍ତବ୍ୟରେ ପରିଣତ କରିବାରେ ସହାୟକ ହେବ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ନିବେଶ ବଢ଼ିବ, ସୃଷ୍ଟି ହେବ ନୂଆ ନିଯୁକ୍ତିର ସୁଯୋଗ। ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ରାଜ୍ୟର ଅପାର ସମ୍ଭାବନାକୁ ଦେଶ ତଥା ବିଦେଶର ନିବେଶକଙ୍କ ସମ୍ମୁଖରେ ରଖିବାକୁ ଆଜି ମୁମ୍ବାଇରେ ଆୟୋଜିତ ହେଉଛି ଇଣ୍ଡିଆ କେମ୍ ୨୦୨୬। ଏହି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ମଞ୍ଚରେ ଯୋଗଦେବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେବା ସହ ସିଇଓ ରାଉଣ୍ଡଟେବୁଲ୍‌ରେ ଶିଳ୍ପ ଜଗତର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ଏଥିସହ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସହ ଏକକ ବୈଠକ ମାଧ୍ୟମରେ ଓଡ଼ିଶାରେ ନୂଆ ନିବେଶ, ଶିଳ୍ପ ସମ୍ପ୍ରସାରଣ ଓ ଡାଉନଷ୍ଟ୍ରିମ୍ ଉତ୍ପାଦନର ସମ୍ଭାବନା ଉପରେ ଆଲୋଚନା କରିବେ।

ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ, ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଓ ପ୍ରାକୃତିକ ସମ୍ପଦ ରାଜ୍ୟକୁ ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ ପାଇଁ ଏକ ଆକର୍ଷଣୀୟ ନିବେଶ ଗନ୍ତବ୍ୟରେ ପରିଣତ କରିବାରେ ସହାୟକ ହେବ। ଇଣ୍ଡିଆ କେମ୍ ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ନୂଆ ନିବେଶ ଓ ଶିଳ୍ପ ସହଭାଗିତାର ସୁଯୋଗ ସୃଷ୍ଟି କରାଯାଇପାରିବ।

Leave A Reply

Your email address will not be published.