ଇଣ୍ଡୋନେସିଆ ଗଲା ମହାରାଷ୍ଟ୍ରରୁ ଉଦ୍ଧାର ଓରାଙ୍ଗୁଟାନ:୨୦୨୫ରୁ ବନତାରାରେ ରଖାଯାଇଥିଲା
୨୦୨୪ରେ ମହାରାଷ୍ଟ୍ର ଡୋମ୍ବିଭଲିର ପାଲାଭା ସିଟି ହାଉସିଂ କମ୍ପ୍ଲେକ୍ସର ଏକ ବାଥରୁମରେ ରଖାଯାଇଥିବା ଏକ ବନ୍ଦ ପିଞ୍ଜରା ଭିତରୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା
ମୁମ୍ବାଇ:ମହାରାଷ୍ଟ୍ରରୁ ଉଦ୍ଧାର ହୋଇଥିବା ଏକ ସୁମାତ୍ରାନ ଓରାଙ୍ଗୁଟାନ ଶିଶୁକୁ ସଫଳତାର ସହ ଇଣ୍ଡୋନେସିଆକୁ ଫେରାଯାଇଛି। ଭାରତ ଓ ଇଣ୍ଡୋନେସିଆର ମିଳିତ ଉଦ୍ୟମରେ ନିୟମାବଳୀ ଅନୁଯାୟୀ, ସୋମବାର ଏହା ଇଣ୍ଡୋନେସିଆର ମେଡାନସ୍ଥିତ କୁଆଲାନାମୁ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ଜଙ୍ଗଲ ମନ୍ତ୍ରାଳୟ ଅଧିକାରୀମାନେ ଏହାକୁ ସ୍ୱାଗତ କରିଥିଲେ। ଭାରତ ସରକାର ଏହି ପ୍ରାଣୀଟିର ପାଳନ ଓ ଯତ୍ନ ପାଇଁ ହୋଇଥିବା ସମସ୍ତ ପୂର୍ବଖର୍ଚ୍ଚକୁ ମଧ୍ୟ କ୍ଷମା କରିଛନ୍ତି।
୨୦୨୪ରେ ମହାରାଷ୍ଟ୍ର ଡୋମ୍ବିଭଲିର ପାଲାଭା ସିଟି ହାଉସିଂ କମ୍ପ୍ଲେକ୍ସର ଏକ ବାଥରୁମରେ ରଖାଯାଇଥିବା ଏକ ବନ୍ଦ ପିଞ୍ଜରା ଭିତରୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ଥାନେ ବନ ବିଭାଗ ଚଢାଉ କରି ଏହାକୁ ଉଦ୍ଧାର କରିଥିଲା। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏକ ଉଚ୍ଚ-କ୍ଷମତାସମ୍ପନ୍ନ କମିଟିର ନିର୍ଦ୍ଦେଶ ଅନୁଯାୟୀ, ଏହି ଓରାଙ୍ଗଉଟାନକୁ ୨୦୨୫ରୁ ବନତାରାରେ ରଖାଯାଇଥିଲା। ଭାରତରେ ଉଦ୍ଧାର ହୋଇଥିବା ଏକ ବନ୍ୟପ୍ରାଣୀକୁ ତା’ର ନିଜ ବାସସ୍ଥାନକୁ ଫେରାଇ ଦିଆଯିବା ଏହା ପ୍ରଥମ ଘଟଣା ।