ସରକାରୀ ଚାକିରିଆଙ୍କୁ ମିଳିବ ଡବଲ ଉପହାର: ବଢ଼ିବ ଡିଏ, ଅପେକ୍ଷାରେ କେନ୍ଦ୍ର ସରକାରୀ କର୍ମଚାରୀ
ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ଦୀପାବଳି ପଡ଼ୁଥିବାରୁ, ଏହି ପାର୍ବଣ ଋତୁରେ ସରକାର ଏନେଇ ଘୋଷଣା କରିପାରନ୍ତି ବୋଲି କର୍ମଚାରୀ ଓ ପେନ୍ସନଭୋଗୀମାନେ ଆଶା ରଖିଛନ୍ତି
ନୂଆଦିଲ୍ଲୀ:କେନ୍ଦ୍ର ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରି ରହିଛନ୍ତି । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏଥର DAରେ ୩ ପ୍ରତିଶତ ବୃଦ୍ଧି ହୋଇପାରେ । ଏପରି ହେଲେ ବର୍ତ୍ତମାନର ୬୦ ପ୍ରତିଶତ DA ବଢ଼ି ୬୩ ପ୍ରତିଶତ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ଦୀପାବଳି ପଡ଼ୁଥିବାରୁ, ଏହି ପାର୍ବଣ ଋତୁରେ ସରକାର ଏନେଇ ଘୋଷଣା କରିପାରନ୍ତି ବୋଲି କର୍ମଚାରୀ ଓ ପେନ୍ସନଭୋଗୀମାନେ ଆଶା ରଖିଛନ୍ତି ।
ତେବେ ଅକ୍ଟୋବର ୧୪ ତାରିଖରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ DA ଓ ମହଙ୍ଗା ରିଲିଫ୍ (DR) ବୃଦ୍ଧି ସମ୍ପର୍କରେ କୌଣସି ଘୋଷଣା ହୋଇନଥିଲା। ତେଣୁ ପରବର୍ତ୍ତୀ ନିଷ୍ପତ୍ତିକୁ ନେଇ ଅନିଶ୍ଚିତତା ରହିଛି ।ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ଦୀପାବଳି ପଡ଼ୁଥିବାରୁ, ଏହି ପାର୍ବଣ ଋତୁରେ ସରକାର ଏନେଇ ଘୋଷଣା କରିପାରନ୍ତି ବୋଲି କର୍ମଚାରୀ ଓ ପେନ୍ସନଭୋଗୀମାନେ ଆଶା ରଖିଛନ୍ତି।