thelifelinemedia
Latest Odisha News, Breaking News Today

23ରେ ଲଘୁଚାପ ସମ୍ଭାବନା: ପୁଣି ଭୟ ବଢ଼ାଇଲା ଅକ୍ଟୋବର, ବିଦେଶୀ ପାଣିପାଗ ମଡେଲ ଆକଳନକୁ ନେଇ ଚିନ୍ତା

ଆମେରିକାର GFS ଓ ୟୁରୋପର ECMWF ଭଳି ବିଶ୍ୱସ୍ତରୀୟ ପାଣିପାଗ ମୋଡେଲଗୁଡ଼ିକର ପୂର୍ବାନୁମାନ କହୁଛି, ଲଘୁଚାପଟି ଅବପାତ କିମ୍ବା ବାତ୍ୟାର ରୂପ ମଧ୍ୟ ନେଇପାରେ

ଭୁବନେଶର:ଅକ୍ଟୋବର ମାସରେ ବଢ଼ିଲା ଭୟ। ପାଣିପାଗ ଜନିତ ଘଟଣାକ୍ରମ ସବୁବେଳେ ଅକ୍ଟୋବରରେ ହିଁ ଆସିଥାଏ। ଚଳିତ ବର୍ଷ ର ଅକ୍ଟୋବର ଶେଷ ଆଡ଼କୁ ସେଇ ଭୟ ଘାରିଛି। ପୁଣି ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଛନକା । ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁଯାୟୀ, ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହା ସଂଲଗ୍ନ ଥାଇଲ୍ୟାଣ୍ଡ ଓ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆସନ୍ତାକାଲି, ୨୧ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଏବଂ ଏହାର ପ୍ରଭାବରେ ୨୩ ଅକ୍ଟୋବର ୨୦୨୬ ଆଖପାଖରେ ଦକ୍ଷିଣ-ପୂର୍ବ ଓ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆମେରିକାର GFS ଓ ୟୁରୋପର ECMWF ଭଳି ବିଶ୍ୱସ୍ତରୀୟ ପାଣିପାଗ ମୋଡେଲଗୁଡ଼ିକର ପୂର୍ବାନୁମାନ କହୁଛି, ଲଘୁଚାପଟି ଅବପାତ କିମ୍ବା ବାତ୍ୟାର ରୂପ ମଧ୍ୟ ନେଇପାରେ । ଭାରତର ପୂର୍ବ ଉପକୂଳ ଆଡ଼କୁ ଏହାର ସମ୍ଭାବ୍ୟ ଗତିପଥ ରହିବା ନେଇ ଆକଳନ କରାଯାଉଛି । ତେବେ ଏହା କେତେ ଶକ୍ତିଶାଳୀ ହେବ ଓ ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ, ସେ ନେଇ ଏଯାଏଁ ସ୍ପଷ୍ଟତା ଆସିନାହିଁ ।

Leave A Reply

Your email address will not be published.