ଭସାଣିରେ ବାଜିବନି ଡିଜେ: ଡିସିପିଙ୍କ କଡ଼ା ନିର୍ଦ୍ଦେଶ, ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ମଣ୍ଡପରୁ ବାହାରିଲା ବେଳେ କେହି ଡିଜେ ଗାଡ଼ି ନେଇ ପାରିବେନି । ରାତି ୧୦ଟା ପରେ ଲାଉଡ ମ୍ୟୁଜିକ୍ ବାରଣ କରିଛନ୍ତି ସୁପ୍ରିମକୋର୍ଟ । ଯଦି କେହି ଏହାକୁ ଅମାନ୍ୟ କରନ୍ତି ଫୌଜଦାରୀ ମାମଲା କରାଯିବ
ଭୁବନେଶ୍ୱର:ଗୁରୁବାର ମହାମାୟାଙ୍କ ଭସାଣ ଉତ୍ସବ । ତେବେ ଭସାଣି ଉତ୍ସବ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ନେଇ ଭୁବନେଶ୍ୱର ଡିସିପିଙ୍କ କଡ଼ା ନିର୍ଦ୍ଦେଶ ଆସିଛି। । ଏଥର ଭୁବନେଶ୍ୱରରେ ହେବାକୁ ଥିବା ଭସାଣ ଶୋଭାଯାତ୍ରାରେ ଡିଜେ ବାଜିବନି । ମଣ୍ଡପରୁ ବାହାରିଲା ବେଳେ କେହି ଡିଜେ ଗାଡି ନେଇ ପାରିବେନି ବୋଲି ଡିସିପି ସୂଚନା ଦେଇଛନ୍ତି ।
ଡିସିପି କହିଛନ୍ତି ଯେ, ମଣ୍ଡପରୁ ବାହାରିଲା ବେଳେ କେହି ଡିଜେ ଗାଡ଼ି ନେଇ ପାରିବେନି । ରାତି ୧୦ଟା ପରେ ଲାଉଡ ମ୍ୟୁଜିକ୍ ବାରଣ କରିଛନ୍ତି ସୁପ୍ରିମକୋର୍ଟ । ଯଦି କେହି ଏହାକୁ ଅମାନ୍ୟ କରନ୍ତି ଫୌଜଦାରୀ ମାମଲା କରାଯିବ । ଆଇନଶୃଙ୍ଖଳା ପାଇଁ ୪୮ ପ୍ଲାଟୁନ୍ ପୋଲିସ ମୁତୟନ ରହିବେ । ସେହିପରି ୯ଟି ସ୍ଥାନରେ ରାବଣ ପୋଡ଼ି ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅନୁମତି ପ୍ରଦାନ କରାଯାଇଥିବା ସ୍ଥାନରେ ରାବଣ ପୋଡି ହେବ, ଯଦି ଅନ୍ୟ କୌଣସି ସ୍ଥାନରେ ବିନା ଅନୁମତିରେ ରାବଣ ପୋଡି ହେଉଥିବା, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।ସେହିପରି ନିୟମ ଅନୂଯାୟୀ ରାବଣ ପୋଡ଼ି କରାଯିବ। କେବଳ ସବୁଜ ବାଣ ମରାଯିବା ନେଇ ନିୟମ ରହିଛି।