thelifelinemedia
Latest Odisha News, Breaking News Today

କେନ୍ଦୁଝର ହାଟଡିହିରେ ନାକଚ ଭୋଟକୁ ନେଇ ରାସ୍ତାରୋକ, ଉତ୍ତେଜନା 

କଲେଜରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ପରେ ନାକଚ ହୋଇଥିବା ୬୦ଭୋଟକୁ ନେଇ ବିସିଜେଡି ଓ ଏନ୍‌ଏସ୍‌ୟୁଆଇ ସମର୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ନାକଚ ହୋଇଥିବା ଭୋଟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏବିଭିପିର ସମସ୍ତ ପାର୍ଥୀ ବିଜୟୀ ହେବା ପରେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅନ୍ୟ ଦଳର ଛାତ୍ରଛାତ୍ରୀ। ଏହାକୁ କେନ୍ଦ୍ର କରି ବିସିଜେଡି ଓ ଏନ୍‌ଏସ୍‌ୟୁଆଇର ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ରାସ୍ତାରୋକ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, କଲେଜରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ପରେ ନାକଚ ହୋଇଥିବା ୬୦ଭୋଟକୁ ନେଇ ବିସିଜେଡି ଓ ଏନ୍‌ଏସ୍‌ୟୁଆଇ ସମର୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି ଭୋଟକୁ ନେଇ ଆପତ୍ତି ଉଠାଇ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ରାସ୍ତାରୋକ କରିଥିଲେ। ସେମାନଙ୍କ କହିବା କଥା ଯେ ଏଜେଣ୍ଟ ମାନଙ୍କ ଠାରୁ ଆଗତୁରା ଦସ୍ତଖତ ନେଇଯାଇ ଗଣତିରେ ଜାଲିଆତି କରିଛନ୍ତି। ନାକଚ ଭୋଟ କୁ ଏଜେଣ୍ଟ ମାନଙ୍କୁ ଦେଖାଇ ନାହାନ୍ତି। ରାସ୍ତାରୋକ ଦ୍ୱାରା ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ଓ ଯାନବାହନ ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ

Leave A Reply

Your email address will not be published.