thelifelinemedia
Latest Odisha News, Breaking News Today

ଗଜପତିରୁ ଆସିଲା ଦୁଃଖଦ ଖବର: ଅଟୋ ଓଲଟି ଜଣେ ମୃତ, ୫ ଆହତ

ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗା ଘାଟିରେ ଶନିବାର ଭୋରୁ ଏକ ଅଟୋ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣ ଆହତଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଅଟୋରେ ୬ ଜଣ ଯାତ୍ରୀ ଥିଲେ।

ସୂଚନା ଅନୁଯାୟୀ, ଗୁମ୍ମା ବ୍ଲକ ନାମନଗଡ଼ ପଞ୍ଚାୟତ ଅନ୍ତର୍ଗତ ସରଧାପୁର ନିକଟ ଦୁର୍ଗା ଘାଟିରେ ଭୋରୁ ଏହି ଦୁର୍ଘଟଣା ଘଟିଥିଲା। ଅଟୋରେ ମୋଟ ୬ ଜଣ ଯାତ୍ରୀ ଥିବାବେଳେ କୌଣସି କାରଣରୁ ଏହା ଘାଟିରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ସୁଣ୍ଡିଆଣି ଘାଣ୍ଟାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଘାଟିରେ ଅଟୋଟି କେଉଁ ପରିସ୍ଥିତିରେ ଓଲଟିଲା, ତାହା ସ୍ପଷ୍ଟ ହୋଇନାହିଁ।ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନିଆଯାଇଥିଲା।

Leave A Reply

Your email address will not be published.